ରଥ ଆସିଲେ ପ୍ରଶାସନର ମନେପଡ଼େ ଜବରଦଖଲ ଉଚ୍ଛେଦ୍ଦ

ପୁରୀ ୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପ୍ରତିବର୍ଷ ରଥଯାତ୍ରା ଆସିଲେ ପ୍ରଶାସନ ଓ ପୌରସଂସ୍ଥାର ଜବରଦଖଲ ଉଚ୍ଛେଦ୍ଦ କଥା ମନେପଢ଼େ। ତାପୂର୍ବରୁ କୌଣସି ଦିନ ପ୍ରଶାସନ ଜବରଦଖଲ କଥା ଚିନ୍ତା କରନ୍ତି ନାହିଁ। ଆଉ ମାତ୍ର ତିନି ଦିନ ପରେ ରଥଯାତ୍ରା ହେବ। ଏବେ ବି ସିଂହଦ୍ୱାର ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ର୍ରେ ଜବରଦଖଲ ଉଚ୍ଛେଦ୍ଦ ସଂପୂର୍ଣ୍ଣ ହୋଇନଥିବା ଦେଖାଯାଏ। ବଡ଼ଶଙ୍ଖ ଅଞ୍ଚଳରେ ରାସ୍ତାକୁ ମାଡ଼ି ପରିବା ଦୋକାନ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ଚାଲିଥିଲେ ମଧ୍ୟ ପ୍ରଶାସନ ଦେଖିନ ଦେଖିଲା ପରି ରହୁଥିବା କୁହାଯାଏ। ବଡ଼ଦାଣ୍ଡରୁ କ୍ୟାବିନ୍ ଉଚ୍ଛେଦ୍ଦ ହେବାପରେ ବଡ଼ଦାଣ୍ଡକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାଗୁଡ଼ିକରେ କ୍ୟାବିନ ଓ ଠେଲା ଗାଡ଼ି ଗୁଡ଼ିକ ରଖାଯାଉଥିବା ଯୋଗୁଁ ରଥ ଯାତ୍ରାର ସମୟରେ ସାଧାରଣ ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଠି ହେବ। ସେହିପରି ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ନାଳର ସ୍ଲାବ୍ ଗୁଡ଼ିକର ଉପରେ ଦୋକାନ ସବୁ ରହିବା ଯୋଗୁଁ ରଥ ଟଣାବେଳେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟିହେବା ପାଇଁ ସବୁ ମହଲରୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *