ଆମ ସଂସ୍କୃତି, କଳା ଓ ଐତିହ୍ୟ

ରଥଯାତ୍ରା ପୂର୍ବରୁ ବାବନା ଭୂତକୁ ଘଉଡେଇବା ପରଂମ୍ପରା ବା ଗୁଣ୍ଡିଚା ମାର୍ଜନା

– ବିଜୟ ପଟ୍ଟନାୟକ
ବଡଦାଣ୍ଡ ହୁଏ ବୈଷ୍ଣବ ଭକ୍ତମୟ। ହାତରେ ଧରିଥାନ୍ତି କଳସ ଓ ଝାଡୁ ମୁଠା। ହରିନାମ ସଂକୀର୍ତ୍ତନ କରି ଆଗେଇ ଚାଲିଥାନ୍ତି ଗୁଣ୍ଡିଚା ମନ୍ଦିର ଆଡକୁ। ହଜାର ହଜାର ସଂଖ୍ୟାରେ ଗୌଡିୟ ସମ୍ପ୍ରଦାୟର ବୈଷ୍ଣବ ଭକ୍ତଙ୍କ ନାମ ସଂକୀର୍ତ୍ତନରେ ମୁଖରିତ ହୋଇ ଉଠିଥାଏ ବଡଦାଣ୍ଡ। ଅବସର ଥାଏ ଗୁଣ୍ଡିଚା ମାର୍ଜନାର। ପ୍ରତ୍ୟୁଷରୁ ହିଁ ଗୁଣ୍ଡିଚା ମାର୍ଜନା ପାଇଁ ବୈଷ୍ଣବ ଓ ସାଧୁସନ୍ଥମାନେ ଛୁଟି ଚାଲିଥାନ୍ତି ଗୁଣ୍ଡିଚା ମନ୍ଦିର ଆଡକୁ। ଦଳ ଦଳ ହୋଇ ସଂକୀର୍ତ୍ତନ ମଧ୍ୟରେ ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମାର୍ଜନା ପାଇଁ ବଡଦାଣ୍ଡରେ ଯାଉଥିବା ବେଳେ ଗୁଣ୍ଡିଚା ମାର୍ଜନା କରି ସେମାନେ ପାଇଥାନ୍ତି ଅଶେଷ ଆନନ୍ଦ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଥିପାଇଁ ଅନେକ ଦୋକାନୀ ନିଜର ପସରା ମେଲାଇ ଦେଇଥାନ୍ତି। ଶ୍ରଦ୍ଧାଳୁମାନେ ଏହି ସବୁ ଦୋକାନମାନଙ୍କ ଠାରୁ ଘଡି ଓ ଝାଡୁ ଭର୍ତ୍ତି କରି ନେଇଥାନ୍ତି। ଅନେକ ଘଡିରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରୁ ଜଳ ଆଣି ଗୁଣ୍ଡିଚା ମନ୍ଦିରର ମାର୍ଜନା କରୁଥିବାର ଦେଖା ଯାଇଥାଏ। ଗୁଣ୍ଡିଚା

ଐତିହାସିକ ପୃଷ୍ଠଭୂମିକୁ ଦେଖିଲେ ମାର୍ଜନା ପଞ୍ଚଦଶ ଶତାବ୍ଦୀର ଆରମ୍ଭ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ଗାଥା ଅନୁଯାୟୀ ଶ୍ରୀ ଚୈତନ୍ୟ ଦେବ ୧୫୧୦ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିଥିଲେ। ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଥିପାଇଁ ଶ୍ରୀଚୈତନ୍ୟ ଗୁଣ୍ଡିଚା ମାର୍ଜନା କରିବା ପାଇଁ ଶ୍ରୀମନ୍ଦିର ପରିଚ୍ଛାଙ୍କୁ ଜଣାଇଥିଲେ। ପରିଚ୍ଛା ଏଥିପାଇଁ ଚୈତନ୍ୟଦେବଙ୍କୁ ଏ ବାବଦ କଳସୀ ଜଳ ଓ ଝାଡୁ ପ୍ରଦାନ କରିଥିଲେ। ଶ୍ରୀଚୈତନ୍ୟ ନିଜର ପରିଷଦ ଓ ଭକ୍ତମାନଙ୍କୁ କଳସୀ ଜଳ ଓ ଝାଡୁ ପ୍ରଦାନ କରିଥିଲେ। ବିଶ୍ୱାସ କରାଯାଏ ମହାପ୍ରଭୁଙ୍କ ଆବର୍ତ୍ତମାନରେ ଗୁଣ୍ଡିଚା ମନ୍ଦିରରେ ବାବନା ଭୂତ ରହିଥାଏ। ଗୁଣ୍ଡିଚା ମାର୍ଜନା ଦ୍ୱାରା ସେ ମନ୍ଦିର ଛାଡି ଚାଲି ଯାଇଥାଏ। ଏହି ଭାବଧାରକୁ ପାଥେୟ କରି ବୈଷ୍ଣବମାନଙ୍କ ଦ୍ୱାରା ନେତ୍ରୋତ୍ସବ ପରିସରରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରାଯାଇଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top