ଓଡ଼ିଶା

ରଥଯାତ୍ରା ପୂର୍ବରୁ ଟିକେଟ କାଉଣ୍ଟର ଓ ପର୍ଯ୍ୟଟକ ସୂଚନା କେନ୍ଦ୍ର ଉଦ୍ଘାଟିତ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବଗଲା ଧର୍ମଶାଳା ପରିସରରେ ରେଳବିଭାଗ ପକ୍ଷରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସୁବିଧା ନିମନ୍ତେ ନୂତନ ରେଳ ଟିକେଟ ସଂରକ୍ଷଣ କାଉଣ୍ଟର ଉଦ୍ଘାଟିତ ହୋଇଯାଇଛି। ଏଥିସହ ଆଇଆରସିଟିସିର ପର୍ଯ୍ୟଟକ ସୂଚନା କେନ୍ଦ୍ର ମଧ୍ୟ ଉଦ୍ଘାଟିତ କରାଯାଇଥିଲା। ଭୁବନେଶ୍ୱରରୁ ଭିଡିଓ କନ୍ଫରେନ୍ସି ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଆଜି ଉଦ୍ଘାଟନ କରିଥିଲେ। ରଥଯାତ୍ରା ସମୟରେ ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ବଡଦାଣ୍ଡରେ ଥିବା ବଗଲା ଧର୍ମଶାଳାରେ ଏହି ନୂତନ ଟିକେଟ କାଉଣ୍ଟରର ସୁବିଧା ନେଇପାରିବେ। ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ବଗଲା ଧର୍ମଶାଳାରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶଶୀଭୂଷଣ ଦ୍ୱିବେଦୀ ପ୍ରକାଶ କରିଥିଲେ ଯେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସୁବିଧାରେ ଟିକେଟ ସଂରକ୍ଷଣ କରିପାରିବେ। ଏହାଛଡା ପର୍ଯ୍ୟଟକମାନେ ସୂଚନାକେନ୍ଦ୍ରରୁ ସମସ୍ତ ସୂଚନା ପାଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ରେଳବାଇର ବହୁ ବରିଷ୍ଟ ଅଧିକାରୀ ମଞ୍ଚସ୍ଥ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top