ଓଡ଼ିଶା

ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ କମିଟି ବୈଠକ: ରଥଯାତ୍ରା ସମୟରେ ୧୮୬ଟି ଟ୍ରେନ ଚଳାଚଳ କରିବ

ପୁରୀ:୨୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ପୌରସଂସ୍ଥାର ନାଳସଫା କାର୍ଯ୍ୟକୁ ନେଇ ପ୍ରବଳ ବାକ୍ ବିତର୍ଣ୍ଣା ମଧ୍ୟରେ ଶେଷ ହୋଇଛି ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ। ବୈଠକରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତି ସୁଶାନ୍ତ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି.ଭି ସ୍ୱାମୀ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ଶୃଙ୍ଖଳା ଆଇଜି ଅମିତାଭ ଠାକୁର, ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡଃ. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକ ପ୍ରାରମ୍ଭରେ ରଥ ନିର୍ମାଣ ପାଇଁ ଖାସି କାଠ ଦାନ କରିଥିବା ୪୦ଜଣ ଦାତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୌରସଂସ୍ଥାର କାର୍ଯ୍ୟକୁ ନେଇ ବୈଠକରେ ପ୍ରବଳ ହୋ ହଲ୍ଲା ହୋଇଥିଲା। ସହରର ସମସ୍ତ ନାଳ ସଫା କାର୍ଯ୍ୟ ଶେଷ ହୋଇଥିବା କର୍ତ୍ତୃପକ୍ଷ ଦର୍ଶାଇଥିବା ବେଳେ ଏହାକୁ ବୈଠକରେ ଉପସ୍ଥିତ ବିରୋଧ କରିଥିଲେ। ଏଥିରେ ହସ୍ତକ୍ଷେପ କରି ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଭୁବନେଶ୍ୱରୀ ଡେପୁଟି ସେକ୍ରେଟାରୀ ପାହିଆର ଜଣେ ଅଧିକାରୀ ଆସି ନାଳ ସଫାକାର୍ଯ୍ୟର ତଦାରଖ କରିବେ ବୋଲି କହିଥିଲେ। ସେହିଭଳି ଖୁବଶୀଘ୍ର ପୁରୀଟି କ୍ରସ ଟ୍ରେନ ସଫା କାର୍ଯ୍ୟ ଶେଷ କରାଯିବ ବୋଲି ମନ୍ତ୍ରୀ ବୈଠକରେ ଅବଗତ କରାଇଥିଲେ। ଡାକ୍ତରଖାନାର ବିଭିନ୍ନ ଅଭାବ ଅସୁବିଧାକୁ ନେଇ ମଧ୍ୟ ବୈଠକରେ ଏହା ହଲ୍ଲା ହୋଇଥିଲା। ଡାକ୍ତର ଅଭାବ, ଡାକ୍ତରଖାନାର ପରିମାଣ ବ୍ୟବସ୍ଥାକୁ ନେଇ ବୈଠକରେ ସଭ୍ୟମାନେ ଉଦ୍ୟୋଗ ପ୍ରକାଶ କରିଥିଲେ। ସିଡିଏମ୍ ଓ କହିଥିଲେ ଯେ ଇତି ମଧ୍ୟରେ ୨୨ଟି ଡାକ୍ତର ପଦବୀ ପୂରଣ ହୋଇଛି। ୪ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରଥଯାତ୍ରା ସମୟରେ ୧୩୦ଜଣ ଡାକ୍ତର କାର୍ଯ୍ୟରେ ନିୟୋଜିତ ହେବା ସହ ସରକାରଙ୍କ ପକ୍ଷରୁ ୩୦ଟି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୩୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ। ୬୩ଟି ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୃତୟନ କରାଯିବ। ସର୍ଗଦ୍ୱାର ଅଞ୍ଚଳରେ ବିକ୍ରୀ ହେଉଥିବା ପଚାସଢ଼ା ଆମିଷ ଖାଦ୍ୟ ପଦାର୍ଥ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ ସେହି ସ୍ଥାନରେ ୧୪୪ଧାରା ଜାରି କରି ଦୋକାନୀମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରା ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହର ମଧ୍ୟରେ ୨୫୦ଟି ଷ୍ଟାଣ୍ଡପୋଷ୍ଟ ସମେତ ଟ୍ୟାଙ୍କରର ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ। ଜଳ ନିଷ୍କାସନ ପାଇଁ ଅଗ୍ନିଶମ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ପାଣି ପମ୍ପ ରଖାଯାଇଛି। ୫୦ଟି ଜଳ ସିଞ୍ଚନ ଯନ୍ତ୍ର ମାଧ୍ୟମରେ ଜଳ ସିଞ୍ଚନ କରାଯିବା ସହ ଆପଦକାଳୀନ ପରିସ୍ଥିତି ପାଇଁ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ। ଅଗ୍ନିଶମ ବିଭାଗ ପକ୍ଷରୁ ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ନିକଟରେ ସୁରକ୍ଷା ଉପକରଣ ସହ ଆଗ୍ନିକମାନଙ୍କୁ ନିୟୋଯିତ କରାଯିବ। ସେସୁ ଅଧିକାରୀ ଦର୍ଶାଇଥିଲେ ଯେ ଇତି ମଧ୍ୟରେ ୬ଟି ଯାକ ଗ୍ରୀଡର ମରାମତି କାର୍ଯ୍ୟ ଶେଷ ହୋଇଛି। ସ୍ନାନପୂର୍ଣ୍ଣିମା ପରେ ମରାମତି ପାଇଁ ଗୋଟିଏ ବିଦ୍ୟୁତସରବରାହ ବନ୍ଦ ରହିବ। ବିଦ୍ୟୁତ ବିଭ୍ରାଟ ନହେବା ପାଇଁ ସହର ମଧ୍ୟରେ ହୋଇଥିବା ଟ୍ରାନ୍ସଫର୍ମରଗୁଡିକରେ ମରାମତି କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଥିଲେ। ଯାତ୍ରା ସମୟରେ ୧୪୦ପ୍ଲାଟୁନ ଫୋର୍ସ ଏବଂ ୭୦୦ରୁ ଉଦ୍ ଦ୍ୱର୍ ଅଫିସରଙ୍କୁ ପୁରୀରେ ନିୟୋଜିତ କରାଯିବ। ଏହାଛଡା ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ସ୍ୱତନ୍ତ୍ର ପୁଲିସ ବ୍ୟବସ୍ଥା କରାଯିବା ସହ ରାପିଡ୍ ଆକ୍ସନ ଫୋର୍ସ, ଏସ୍ ଓଜି ଓ ସାଧା ପୋଷାକଧାରୀ ପୁଲିସଙ୍କୁ ନିୟୋଜିତ କରାଯିବ। ଯାତ୍ରା ସମୟରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବସ ଚଳାଚଳ କରିବ। ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ସହ ଯାତ୍ରୀ ବିଶ୍ରମଘର ନିର୍ମାଣ କରାଯିବ। ଜାତୀୟ ରାଜପଥରେ ୫ଟି କେନ୍ ସହ ୫ଟି ଇଣ୍ଟରସେକ୍ଟର ଭ୍ୟାନ ମୃତୟନ କରାଯିବ ବିଭିନ୍ନ ସ୍ଥାନରେ ଯାତୀ୍ରଭଡା ସୂଚନା ଫଳକ ଲାଗିବ। ରେଳବାଇ ପକ୍ଷରୁ ଯାତ୍ରା ସମୟରେ ୧୮୬ଟି ସ୍ୱତନ୍ତ୍ର ଟ୍ରେନ ତଳାତଳ କରିବ। ୩୬ଟି ଟିକେଟ କାଉଣ୍ଟର ସହ ୧୦ଟି ଫୁଡ ଷ୍ଟଲ ଖୋଲାଯିବ। ୩୫ଟି ସିସିଟିଭି ଲାଗିବା ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ବିଧାୟକ ଅଧିକାରୀ ବୈଠକରେ ସୂଚନା ଦେଇଥିଲେ। ୭ଦିନ ମକରେ ମଙ୍ଗଳାଘାଟ ଠାରୁ ଷ୍ଟଲିଂ ପର୍ଯ୍ୟନ୍ତ ରାସ୍ତାକୁ ଗମନାଗମନ ଉପଯୋଗୀ କରାଯିବ। ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସମେତ ସହର ମଧ୍ୟରେ ଥିବା ପୂର୍ତ ରାସ୍ତାଗୁଡିକରେ ମରାମତି କାର୍ଯ୍ୟ ଶେଷ ହୋଇଛି। ଆଉ ବାକି ଥିବା କାର୍ଯ୍ୟ ୭ଦିନ ମଧ୍ୟରେ ଶେଷ ହେବ ବୋଲି ପୂର୍ତ୍ତ ଅଧିକାରୀ ସୂଚନା ଦେଇଥିଲେ। ବୈଠକରେ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ, ପ୍ରଦର୍ଶନୀ, ଦୂରସଞ୍ଚାର, ଡାକ ଓ ବ୍ୟବସ୍ଥା, ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top