ଗଜପତି

ରଥଯାତ୍ରା ପରିଚାଳନା କମିଟି ପ୍ରସ୍ତୁତି ବୈଠକ କେବେ

ପାରଳାଖେମୁଣ୍ଡି, ୧୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଜୁଲାଇ ମାସ ୧୪ତାରିଖ ଦିନ ହେବାକୁ ଥିବା ରଥଯାତ୍ରା ପାଳନ ହେବ। ମାତ୍ର ଯାତ୍ରାକୁ ୨ମାସରୁ କମ ସମୟ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପରିଚାଳନା କମିଟିର କୌଣସି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇପାରିନାହିଁ। ପ୍ରତିବର୍ଷ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବିଭିନ୍ନ ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ହେଉଥାଏ। ଚଳିତବର୍ଷ ଏଥିରେ ବିଳମ୍ବ ହେଉଥିବାର ଲକ୍ଷ କରାଯାଉଛି ଏବଂ ଏହାକୁ ନେଇ ଶ୍ରଦ୍ଧାଳୁମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଗତକିଛି ଦିନ ତଳେ ନୁତନ ଉପଜିଲାପାଳ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିବାରୁ ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅତିଶିଘ୍ର କରାଯାଉ ବୋଲି ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ନିବେଦନ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top