ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

କୋରାପୁଟ ; ତା୧୭-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଶାବର ଶ୍ରେକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜଗନ୍ନାଥ ମନ୍ଦିର ପରିସରରେ ପରିଚାଳନା କମିଟିର ସଂପାଦକ ଗଦାଧର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଦର ମହକୁମା ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, କୋରାପୁଟ ମ୍ୟୁନସିପାଲଟିର ଅଧ୍ୟକ୍ଷ ଭଗବାନ ବାହିନିପତି, କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ କେ .ଜେ.ରେଡ୍ଡୀ, ଡିଆଇବିର ଡିଏସପି ଓମ ପ୍ରକାଶ ପାତ୍ର, ପୂର୍ବତନ ସଂପାଦକ ଡ. ଜଗବନ୍ଧୁ ସାମଲ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ରଥଯାତ୍ରା ସମୟରେ ଆଇନଶୃଖଂଲା ପରିସ୍ଥିତିକୁ ନିୟତ୍ରଣ କରିବାକୁ ପୋଲିସ ବିଭାଗକୁ ଅନୁରୋଧ କରାଯାଇଥିଲା।ଟ୍ରାଫିକଛକଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଚାଲିଥିବା ବିଦ୍ୟୁତ ଖୁଣ୍ଡି ତୁରନ୍ତ ସ୍ଥାନାନ୍ତର କରିବାକୁ ଶ୍ରୀ ବାହିନିପତି ସାଉଥକୋ ସହାକାରୀ ଯନ୍ତ୍ରୀ ହିମାଂଶୁ ପ୍ରଧାନଙ୍କୁ ଅନୁରୋଧ କରିଥିଲେ।ରଥଯାତ୍ରା ପୂର୍ବରୁ କାର୍ଯ୍ୟକ୍ରମ ସରିଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।ରଥଯାତ୍ରା ସମୟରେ ପାଇକଆଖଡାର କର୍ମକର୍ତାମାନେ ସେମାନଙ୍କର କଳାକୁ ପ୍ରଦର୍ଶନ କରିବାକୁ ଅନୁରୋଧ କରାଯାଇଥିଲା।ଆସନ୍ତା ମାସ ୧୪ ତାରିଖରେ ରଥଯାତ୍ରା ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଶେଷ କରିବାକୁ ସଂପାଦକ ଶ୍ରୀ ପରଡା ଅନୁରୋଧ କରିଥିଲେ।ଏହି ପ୍ରସ୍ତୁତି ବୈଠକରେ କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ, ଅଗ୍ନିଶମ ବିଭାଗର ସଂଜିବ ବେହେରା, କୋରାପୁଟ ଟାଉନଥାନାର ଏସଆଇ ରମେଶ କୁମାର ଦେବତା, ଡ.ପି.ସି.ମହାପାତ୍ର, ଅରୁଣ କୁମାର ଦାଶ, ପି.ସି.ମିଶ୍ର, ଉମାକାନ୍ତ ଦାସ, ସୁଧାକର ପଟନାୟକ, ତ୍ରୀନାଥ ପାତ୍ର, ଦିଲ୍ଲିପ ପାଢୀ ପ୍ରମୁଖଙ୍କ ସହ ପରିଚାଳନା କମିଟିର ଅନେକ ସଭ୍ୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *