ଓଡ଼ିଶା

ରଥଯାତ୍ରାରେ ସୁରକ୍ଷା ପାଇଁ ପୁଲିସ ସମୀକ୍ଷା କଲେ ଡ଼ିଜି

ପୁରୀ:୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତବର୍ଷ ତୁଳନାରେ ଚଳିତବର୍ଷ ରଥଯାତ୍ରାରେ ଅଧିକ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଏନେଇ ପୌରସଦନ ପରିସରରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ଅଧ୍ୟକ୍ଷତା କରି ପୁଲିସର ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ରଥଯାତ୍ରା ଡ଼ୁ୍ୟଟି ଭାଗ୍ୟରେ ଥିଲେ ମିଳେ ବୋଲି ଶ୍ରୀଶର୍ମା କହିଥିଲେ। ରଥଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସଦାସର୍ବଦା ସଜାଗ ରହିବାକୁ ଡ଼ିଜି ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ। ଯଦି କୌଣସି ସ୍ଥାନରେ ସନ୍ଦେହ ଜନକ ଅବସ୍ଥାରେ ଜିନିଷ ପତ୍ର ମିଳେ ତେବେ ଏ ସମ୍ପର୍କରେ ସତର୍କତା ଅବଲମ୍ବନ କରିବାକୁ ସେ କହିଥିଲେ। ଘୋଷଯାତ୍ରା ପାଇଁ ୧୪୨ପ୍ଲାଟୁନ ଫୋର୍ସ ସହ ୨ଏବଂ ର୍ୟାପିଡ୍ ଆକ୍ସନ ଫୋର୍ସ, ଆଣ୍ଟିଟେରଣିଷ୍ଟ ସ୍ୱାର୍ଡ଼ କୁଇଟ୍ ରିଆକ୍ସନ ଟିମ୍ କୁ ମୃତୟନ କରାଯାଇଛି। ସେହି ପରି ଜଳପଥ ଓ ଆକାଶ ପଥରେ କଟକଣା ଲାଗୁ କରାଯିବା ସହ କୋଷ୍ଟଗାର୍ଡ଼ଭ୍କୁ ମୃତୟନ କରାଯିବ ବୋଲି ଡ଼ିଜି କହିଥିଲେ। ରଥଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା।ସହରକୁ ସଂଯୋଗକରୁଥିବା ବିଭିନ୍ନ ରାସ୍ତାରେ ଟ୍ରାଫିକ ପୋଷ୍ଟ ସ୍ଥାପନ ସହ ବିଭିନ୍ନ ବ୍ୟବସ୍ଥା କରାଯାଇଛି ବୋଲି ଟ୍ରାଫିକ ଦାୟତ୍ୱରେ ଥିବା ଆଇଜି ସଂଜୀବ ପଣ୍ଡା ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଡ଼ିଜି ସତ୍ୟଜିତ ମହାନ୍ତି, ଗୁଇନ୍ଦା ନିଦ୍ଦେର୍ଶକ ସୁନୀଲ ରାୟ, କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅମିତାଭ ଠାକୁର, ହେଡ଼କ୍ୱାର୍ଟର ଆଇଜି ଅମିତ୍ ପାଣିଗ୍ରାହୀ, ଡ଼ି.ଆଇ.ଜି ହିମାଂଶୁ ଲାଲ, ଗୁଇନ୍ଦା ଏସ୍.ପି ବି.ଏନ୍.ଦାସ, ଏସ୍.ଓ.ଜି.ଏସ୍.ପି କାହୁ ଚରଣ ପଟ୍ଟନାୟକ, ଏସ୍.ଓ.ଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ, ସିଆଇଡ଼ି.ଏସ୍.ପି ରାଜେଶ ପଣ୍ଡିତ, କମାଣ୍ଡଣ୍ଟ ଲିଙ୍ଗରାଜ୍ ପରିଡ଼ା ଏସ୍.ପି ଡ଼ଃ ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ମଚାଂସୀନ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top