ଓଡ଼ିଶା

ରଥନିର୍ମାଣ ପାଇଁ ପୁରୀରେ ପହଁଚିଲା ୬ଷ୍ଠ ପର୍ଯ୍ୟାୟ ରଥକାଠ

ପୁରୀ, ୧୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଗାମୀ ରଥଯାତ୍ରା ପାଇଁ ରବିବାର ପୁରୀରେ ପହଁଚିଛି ଷଷ୍ଠ ପର୍ଯ୍ୟାୟ ରଥକାଠ। ଦଶପଲ୍ଳା ବନଖଣ୍ଡରୁ ଟ୍ରକ ଯୋଗେ ଏହି କାଠ ଗୁଡିକ ରବିବାର ସକାଳେ ଆସି ପୁରୀରେ ପହଁଚିଛି। ଏହି କାଠରେ ରଥର ଦଣ୍ଡା, ଗୟଳ, ଓ ଅଖ ଆଦି ପ୍ରସ୍ତୁତ କରାଯିବ ବୋଲି ରଥ ତତ୍ୱାବଧାରକ କହିଛନ୍ତି। ଷଷ୍ଠ ପର୍ଯ୍ୟାୟରେ ସମୁଦାୟ ୪୦ ଫୁଟିଆ ୨୨ ଟି କାଠ ଆସି ପହଁଚିଂଛି। ସେଥିମଧ୍ୟରୁ ୯ ଟି ଅସନ ଓ ୧୩ ଟି ଧଉରାକାଠ। ଆଜିକୁ ମିଶାଇ ୬ ଦଫାରେ ସମୁଦାୟ ୨୩୮ ଟି କାଠ ରଥଖଳାରେ ଆସିପହଁଚିଂଛି। ଆସନ୍ତା ସପ୍ତାହରେ ବୈାଦ୍ଦକୁ କାଠ ବଡଦାଣ୍ଡର ରଥଖଳାରେ ପହଁଚିଥିବାର ସମ୍ଭାବନା ରହିଛି। ପୂର୍ବ ବର୍ଷର ଅଭିଭାଷରକୁ ନେଇ ଏଥର ଯଥେଷ୍ଟ ପୂର୍ବରୁ ଅଖକାଠ ଯୋଗାଡିବା ପାଇ: ପ୍ରସ୍ତୁତ କରାଯାଇଛି। ସୂଚନା ଯୋଗ୍ୟ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବବର୍ଷର ୧୮୪ ଖଣ୍ଡ କାଠ ଗଛିତ ରହିଛି। ଖପୁରିଆ କରତ କଳରେ ୨ ଦଫା ପହଁଚିଂ ସାରିଥିବା ବେଳେ ବଡଦାଣ୍ଡ ରଥ ଖଳାରେ ଅଦ୍ୟାବିଧି ୨୮୩ ଖଣ୍ଡ ପହଁଚିଂ ସାରିଛି। (ପ୍ରତିକାତ୍ମକ ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top