ଗଜପତି: ରଥନିର୍ମାଣରେ ଅଖ ପୂଜା ଆରମ୍ଭ

ପାରଳାଖେମୁଣ୍ଡି, ୧୬ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଗାମି ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରଥ ଯାତ୍ରା କମିଟିର ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ପୁରୁଣ।ରଥଗୁଡିକର କାଠଗୁଡିକୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରକୁ ବାହର କରାଯାଇ ରଥ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରୁ ଏଥିରେ ପ୍ରାୟ ୧୦ରୁ ୧୫ଜଣ ବଢେଇ ଉପସ୍ଥିତ ରହି ମାପଚୁପ କାର୍ଯ୍ୟ କରିଥିଲେ। ପରେ ଚଳିତ ବର୍ଷ ପାଇଁ ନୂତନ କାଠ ମଧ୍ୟ ସଂଗ୍ରହ କରାଯିବାର ସୂଚନା ମିଳିଛି। ତେବେ ୩ଟି ରଥପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ରଥଗୁଡିକର ଅଖ ପୁଜା ଆରମ୍ଭ କରାଯାଇଥିବାର ଦେଖିବାକୁ ମିଳିଛି। ଏହାକୁ ସଠିକ ସମୟରେ ଶେଷ କରାଯିବ ବୋଲି ରଥଯାତ୍ରା କମଟି ପକ୍ଷରୁ କୁହାଯାଇଛି। ରଥ ଯାତ୍ରା କାର୍ଯ୍ୟ ଆରମ୍ଭ ସମୟରେ ରଥ ଯାତ୍ରା କମିଟିର ସୁରେଶ ମାଝି, ବସନ୍ତ ପଣ୍ଡା, ସିଦ୍ଦେଶ୍ୱର ମିଶ୍ର, ଟି.ବସନ୍ତ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବାର ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *