ରଥଖଳା ଚଳଚଞ୍ଚଳ, ଆଗେଇ ଚାଲିଛି ରଙ୍ଗ କାମ

ପୁରୀ:୦୩/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରଥଖଳାରେ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟ ପହଞ୍ଚିଥିବା ବେଳେ ରଥ ଉପରେ ଚାଳିଆ ସଂଯୋଗ କାମକୁ ମହାରଣା ସେବକ ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି। ରଥ ଉପରେ ବିଭିନ୍ନ କଣ୍ଟା ବାଡିଆ କାମ ଆଗେଇ ଚାଲିଛନ୍ତି। ରଥ ନିର୍ମାଣ କାର୍ଯ୍ୟର ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ଏହାକୁ ରଙ୍ଗ ଦେଇ ସଜେଇବା ଆରମ୍ଭ କରିଛନ୍ତି। ଚିତ୍ରକାର ସେବକ ଚକ ଠାରୁ ଆରମ୍ଭ କରି ଭୂଜ, କୋଣ ଭୂଜ ସବୁଜ ରଙ୍ଗ ଦେଇ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥକୁ ପୂର୍ଣ୍ଣ ରୂପ ଦେବାରେ ସେମାନେ ତତ୍ପରତା ଦେଖାଇଛନ୍ତି। ଚିତ୍ରକାରମାନେ ରଥର ବିଭିନ୍ନ ଅଂଶରେ ରଙ୍ଗ ଦେଉଛନ୍ତି। ଏକାଧିକ ଚିତ୍ରକାର ସେବକ ଏହି କାମକୁ ଆଗେଇ ନେଇଛନ୍ତି। ତିନି ରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ ଦେଇ ନୂଆ ରୂପ ଦେବାରେ ଲାଗିପଡିଛନ୍ତି ଚିତ୍ରକାର ସେବକ। ସେପଟେ କଳା, ଧଳା ଘୋଡା ରଙ୍ଗ ବି ଆଗେଇ ଚାଲିଛି। ଦୋଳ ବେଦୀ, କମାରଶାଳରେ କଣ୍ଟା ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କମାର ସେବକମାନେ ବାକି ଆବଶ୍ୟକ ଲୌହ ସାମଗ୍ରୀ କାମକୁ ଶେଷ କରିବାକୁ ତତ୍ପରତା ଦେଖାଇଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *