ଓଡ଼ିଶା

ରଥଖଳା ଚଳଚଞ୍ଚଳ : ଅନୁକୂଳ ହେଲା ପଇବିନ୍ଧ

ପୁରୀ:୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୧୬ ଦିନ ପୂରିଛି। ୧୬ ଦିନରେ ରଥଖଳାରେ ଦୁଇ ପ୍ରମୁଖ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ପଇ ଓ ପଇ ବିନ୍ଧ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ନନ୍ଦିଘୋଷ ରଥରେ ୧୬, ଦର୍ପଦଳରେ ୧୨ଟି ଚକ ଯୋଡ଼ାଯିବ। ରଥ ଠିକଣା ଢଙ୍ଗରେ ଗଡିବା ଚକ ଉପରେ ନିର୍ଭର କରିଥାଏ। ତେଣୁ ଏହାକୁ ନିର୍ଭୁଲ ଭାବରେ ନିର୍ମାଣ କରିବା ପାଇଁ ବିଶ୍ୱକର୍ମାମାନେ ଲାଗି ପଡ଼ିଛନ୍ତି। ପ୍ରତ୍ୟେକ ଚକରେ ତୁମ୍ବ ସହିତ ଅର ଯୋଡାଯିବା ପରେ ପଇ ଲଗାଯିବ। ପ୍ରତ୍ୟେକ ଚକରେ ଗୋଲେଇ ଆକାର ଆଣିବାକୁ ମୋଟ ୮ ଟି ପଇ ରହିବ। ଆଜି ପଇ ଗୁଡ଼ିକୁ ଅର ଉପରେ ପକାଯାଇ ଦାଗ ଦିଆଯାଇଛି। ଦାଗ ଅନୁସାରେ କଟାଯାଇ ପଇ କାଠରେ ଚାରଟି ଲେଖା ବିନ୍ଧ ଖୋଳାଯାଇଛି। ଏହି ଭଳି ପ୍ରତି ଚକରେ ଲାଗିବାକୁ ଥିବା ୮ଟି ପଇରେ ମୋଟ ୩୨ଟି ବିନ୍ଧ ଖୋଳାଯିବ। ଏହି ବିନ୍ଧ ଖୋଳା କାମ ଆଜି ରଥଖଳାରେ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମାମାନେ ନଡ଼ିଆ ଓ ମାହାର୍ଦ୍ଧ ରଖି ମା ଚର୍ଚ୍ଚିକାଙ୍କୁ ପୂଜା କରି ବିନ୍ଧ କରିବା କାମ ଆରମ୍ଭ କରିଛନ୍ତି। ନିହଣ ମୁନରେ ଅର ମାପରେ ପଇ ତଳ ପଟେ ବିନ୍ଧ ଖୋଳିଛନ୍ତି। ଭଉଁରୀ ତିଥିରେ ଚକାଡ଼େରା ପରମ୍ପରା ରହିଛି।ଏହା ପୂର୍ବରୁ ଅନ୍ତତଃ ଛଅଟି ଚକରେ ୪୮ଟି ପଇ ଯୋଡ଼ାଯିବାକୁ ଯୋଜନା ରହିଛି।୩୨ଟି ବିନ୍ଧକୁ ୮ ପଇ ସଜଡ଼ାଯିବା ପରେ ଏହାକୁ ତୁମ୍ବର ଅର ସହ ଯୋଡ଼ାଯିବ ବୋଲି ସୂଚନା ମିଳିଛି। ସେପଟେ ଆଜି ତିନି ରଥର ୬ଟି ଚକ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇତିବା ଭୋଇ ସର୍ଦ୍ଧାର, ରବି ଭୋଇ ସୂଚନା ଦେଇଛନ୍ତି। ଆସନ୍ତାକାଲି ସ୍ୱତନ୍ ୍ର ମେସିନ୍ ରେ ଅଖବିନ୍ଧ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top