ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଥାନାରେ ଏତଲା

ପୁରୀ:୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ହଜିବା ଘଟଣାରେ ସେବାୟତ ନରସିଂହ ପୂଜାପଣ୍ଡାଙ୍କ ପକ୍ଷରୁ ଟାଉନଥାନାରେ ଏତଲା ଦିଆଯାଇଛି। ଆଇ.ପି.ସି. ଧାରା ୩୭୯, ୪୫୭, ୩୮୦, ୩୯୫, ୨୫୯, ୨୯୫(କ) ୨୯୯, ୪୨୦, ୨୯୩, ୨୯୮, ୧୨୦(ଖ) ଏବଂ ୩୪ ଦଫାରେ ମାମଲା ରୁଜୁ କରାଯାଇ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀକୁ ଗିରଫ କରିବାକୁ ଏତଲାରେ ଦର୍ଶାଇଛନ୍ତି। ରତ୍ନ ଭଣ୍ଡାର ନଖୋଲିବାକୁ ଇଚ୍ଛାମୃତ୍ୟୁ ଆବେଦନ କରିଥିବା ନରସିଂହ ପଣ୍ଡା ଶ୍ରୀ ଜଗନ୍ନାଥ ସେନା ନେତୃତ୍ୱରେ ଏହା ଏତଲା ଦେଇଛନ୍ତି। ଚାବି ଥିବା ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ଟାଉନଥାନାରେ ଅନ୍ତର୍ଗତ ହୋଇଥିବାରୁ ପୋଲିସ ଘଟଣା ସ୍ଥଳର ତନ୍ନତନ୍ନ କରି ଯାଂଚ କରିବାକୁ ଏତାଲାରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *