ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ବିଜେପିର ଥାନାରେ ଅଭିଯୋଗ

କୋରାପୁଟ; ତା୧୨-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋରାପୁଟ ଜିଲା ଭାରତୀୟ ଜନତା ପାର୍ଟି ତରଫରୁ କୋରାପୁଟ ଟାଉନ ଥାନାରେ ଏକ ମାମଲା ଦାୟର କରା ଯାଇଛି। ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ଜୟରାମ ଗରଡା, ଅଶ୍ୱିନୀ ପଟନାୟକ, ନଗର ସଭାପତି ଜି.ସଂଜୀବ କୁମାର, ସନ୍ତୋଷ ଦାସ, ବିଜୁ ଦଳେଇ, ମହିଳା ମୋର୍ଚ୍ଚା ଜିଲା ଉପ-ସଭାପତି ପୂର୍ଣ୍ଣିମା ନାୟକ, ସମ୍ପାଦିକା ଝରଣା ଦାସ, ସଭ୍ୟା ସୁବାସିନୀ ସାହାଣି ପ୍ରମୁଖଙ୍କ ସହ ଶତାଧିକ କର୍ମି ଟାଉନ ଥାନାକୁ ଆସି ଏସଡିପିଓ କେ.ଜେ.ରେଡ୍ଡିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ହଜାଇ ରାଜ୍ୟ ସରକାର ନିଜ ଦାୟିତ୍ୱ ଠିକ ତୂଲାଇନଥିବା ଅଭିଯୋଗ କରିବା ସହ ସେଥିପାଇଁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିବାକୁ ଦାବି କରା ଯାଇଛି।

Leave a Reply

Your email address will not be published. Required fields are marked *