ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କାହିଁକି ଚୁପ ଅଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

– ରତ୍ନ ଭଣ୍ଡାରର ଚାବି ହଜିବା ଓ ରତ୍ନ ଭଣ୍ଡାର ଧନ ସମ୍ପତି ନେଇ ଉଠୁଥିବା ସନ୍ଦେହର ଉତର ବିଚାର ବିଭାଗୀୟ ତଦନ୍ତ ନୁହେଁ
– ଲୋକଙ୍କ ଆଖିରେ ଧୁଳି ପକାଇବା ପାଇଁ ଓ ଅପାରଗତାକୁ ଲୁଚାଇବା ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ଆୟୁଧ କରା ନ ଯାଉ
ଭୁବନେଶ୍ୱର, ୦୭ ଜୁନ (ଓଡ଼ିଆ ପୁଅ) – ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ କାହିଁକି ଚୁପ ଅଛନ୍ତି ବୋଲି ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁଙ୍କ ସହିତ ସାରା ବିଶ୍ୱର ଜଗନ୍ନାଥପ୍ରେମୀ ବିଶେଷ ଭାବରେ ସାଢେ ଚାରି କୋଟି ଓଡିଆଙ୍କ ଭାବାବେଗ ଯୋଡି ହୋଇ ରହିଛି। ଏପରି ପ୍ରସଙ୍ଗରେ ରାଜ୍ୟ ସରକାର ଅଧିକ ଯତ୍ନବାନ ଓ ଅଧିକ ପାରଦର୍ଶୀ ହେବା ଅତ୍ୟନ୍ତ ଜରୁରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରତ୍ନ ଭଣ୍ଡାରର ଚାବି ହଜିବା ଓ ରତ୍ନ ଭଣ୍ଡାର ଧନ ସମ୍ପତି ନେଇ ଉଠୁଥିବା ସନ୍ଦେହର ଉତର ବିଚାର ବିଭାଗୀୟ ତଦନ୍ତ ନୁହେଁ ଲୋକଙ୍କ ଆଖିରେ ଧୁଳି ପକାଇବା ପାଇଁ ଓ ଅପାରଗତାକୁ ଲୁଚାଇବା ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ଆୟୁଧ ନ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସବୁ ଓଡିଆ ହେତୁ ପାଇବା ଦିନୁ ଜାଣନ୍ତି ରତ୍ନ ଭଣ୍ଡାରରେ କଣ ଥାଏା ଶ୍ରୀ ପ୍ରଧାନ କହିଛନ୍ତି ଯେ ମାନ୍ୟବର ନ୍ୟାୟାଳୟ କେରଳର ପଦ୍ମନାଭ ସ୍ୱାମୀ ମନ୍ଦିର ମାମଲାରେ ଧନ ସମ୍ପତିର ଆକଳନ ପାଇଁ ଏକ ପ୍ରଟୋକଲ ତିଆରି କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ବାରମ୍ବାର ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଆଜି ଦିନରେ ଚାବି ହଜିବା ଏକ ବିସ୍ଫୋରକ ସ୍ଥିତି ତିଆରି କରିଛି। ମାତ୍ର ଜଗନ୍ନାଥ ମନ୍ଦିରର ସମସ୍ତ ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇଁ ଯୋଜନାର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *