କେନ୍ଦୁଝର

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ବିଜେପି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ତୁରୁମୁଙ୍ଗା, ୧୨/୬(ଓଡ଼ିଆ ପୁଅ/ସନ୍ତୋଷ ପତି) ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଘର ଚାବି ହଜିବା ଓ ଅସୁରକ୍ଷିତ ଭଣ୍ଡାର ଘର ସମ୍ପତି ଏବଂ ଏହାକୁ ହଡପ କରିବା ଷଡଯନ୍ତ୍ର ସମ୍ପର୍କରେ ଓଡିଆଙ୍କ ଭାବାବେଗ ସହିତ ଜଡିତ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ଆଜି କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ତୁରୁମୁଙ୍ଗା ଥାନା ସମ୍ମୁଖରେ ଗଣଧାରଣା, ବିକ୍ଷୋଭ ସଭା କରାଯାଇ ଥାନା ଅଧିକାରୀ ସତ୍ୟଜିତ ଦାସଙ୍କ ଜରିଆରର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଦଳୀୟକର୍ମୀ ଓ ଜଗନ୍ନାଥପ୍ରେମୀମାନେ ଉପସ୍ଥିତ ଥିଲେ। ଦଳୀୟ କର୍ମୀ କମଳା କାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପାଟଣା ବିଧାନସଭା କ୍ଷେତ୍ର ର ଦଳୀୟ ନେତା ସତ୍ୟବ୍ରତ ନାଏକ, ବ୍ରଜମୋହନ ସାହୁ, ସତ୍ୟବାନ କର, ଖିରେଇଟାଙ୍ଗିରି ସରପଞ୍ଚ ବନୋଜ ନାଏକ, ଯଦୁମଣି ପାତ୍ର, ମେଘୁ ମହାନ୍ତ, ଚନ୍ଦ୍ରମହାନ୍ତ, ମଣ୍ଡଳ ସଭାପତି ସୁରେନ୍ଦ୍ର ମହାନ୍ତ, ବରୁଣସାହୁ, ମମିତା ନାଏକ, ସରୋଜିନୀ ନାଏକ ପ୍ରମୁଖ ତାଙ୍କ ବକ୍ତବ୍ୟରେ ଏହି ଘଟଣା ପାଇଁ ନବୀନ ସରକାରକୁ ଦାୟୀ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top