ଜିଲ୍ଲା ପରିକ୍ରମା

ରତ୍ନଭଣ୍ଡାର ଚାବି ହଜିବା ଘଟଣା, ବୈାଦ୍ଧ ବିଜେପିର ଜନ ଜାଗରଣ ଯାତ୍ରା

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର •ବି ହଜି ଯାଇଥିବା ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇପଡିଥିବା ବେଳେ ସରକାରଙ୍କ ଅପରାଗତାକୁ ଦାୟି କରି ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯାଇଛି । ଏନେଇ ବୌଦ୍ଧ ଜିଲା ବିଜେପି ପକ୍ଷରୁ ଜିଲାରେ ଜନଜାଗରଣ ଯାତ୍ରା କରାଯାଇଛି । ଜିଲା ବିଜେପି ପକ୍ଷରୁ ଜିଲା ସଭାପତି ସୌମିତ୍ରୀ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟରୁ ଏକ ମଟର ସାଇକେଲ ଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚôଥିଲା । ମହାପ୍ରଭୁଙ୍କ ପ୍ରାଚୁର୍ଯ୍ୟଭରା ରତ୍ନଭଣ୍ଡାରର •ବି ହଜିଯିବା, ବଡ ଠାକୁରଙ୍କ ଧନ ସମ୍ପତିର ଚୋରୀ ଏବଂ ଏହି ଚୋରୀ ପାଇଁ ଷଡଯନ୍ତ୍ର ରଚିବା ହେଉଛି ଏକ ସଙ୍ଗୀନ ଫୌଜଦାରୀ ଅପରାଧ । ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଜପତି ମହାରାଜଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରିବା ସମ୍ପୂର୍ଣ ନିନ୍ଦନୀୟ । ୧୯୬୦ ମସିହାରୁ ଗଜପତିଙ୍କ ପାଖରେ ଚାବି ରହୁ ନ ଥିବା ସ୍ୱୟଂ ଗଜପତି ନିଜେ ସ୍ପଷ୍ଟ କରିଥିବା ବେଳେ ସରକାର ପ୍ରାୟୋଜିତ ଭାବରେ ଏଭଳି ବକ୍ତବ୍ୟ ଦେଇ ଜାଣି ଶୁଣି ଗଜପତିଙ୍କୁ ସମସ୍ୟା ଭିତରକୁ ଟାଣିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସେଠାରେ ଅତିରିକ୍ତ ଜିଲାପାଳ ତରଣିସେନ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରି ରାଜ୍ୟପାଳଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ ସାହୁ, ସୂର୍ଯ୍ୟନାରାୟଣ ମହାପାତ୍ର, କହ୍ନେଇ ଚରଣ ଡାଙ୍ଗ, ଓମ୍ ପ୍ରକାଶ ମିଶ୍ର, ବିପ୍ର ଚରଣ ମହାନ୍ତି, ଚିତରଞ୍ଜନ ପାଣିଗ୍ରାହୀ, ସରୋଜ ପ୍ରଧାନ, ସୁଧାଂଶୁ ଡାଙ୍ଗ, ସଂଗ୍ରାମ ବେହେରା, ସତ୍ୟାନନ୍ଦ ପାଣ୍ଡେ, ଶମ୍ଭୁ ପ୍ରଧାନ, ନବୀନ ହୋତା, ଶିବ କମ୍ପ, ଆଶୁତୋଷ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top