ରତ୍ନଭଣ୍ଡାର ଚାବି ହଜିବା ଘଟଣା- କୋରାପୁଟରେ ବିଜେପିର ଜନ ଜାଗରଣ ଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୧-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କୋରାପୁଟ ବିଜେପି ତରଫରୁ ସହରରେ ଜନ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୟରେ ପୂର୍ବତନ ସଭାପତି ଜୟରାମ ଗରଡା, ଅଶ୍ୱିନୀ ପଟନାୟକ, ଜି.ସଂଜିବ କୁମାର, ସନ୍ତୋଷ ଦାସ, ବିଜୁ ଦଳେଇ, ମହିଳା ମୋର୍ଚ୍ଚାର ଉପସଭାପତି ପୂର୍ଣ୍ଣିମା ନାୟକ, ସଂପାଦକ ଝରଣା ଦାସ, ସଭ୍ୟା ସୁବାସିନୀ ସାହାଣି ପ୍ରମୁଖଙ୍କ ସହ ଶତାଧିକ କର୍ମି ସ୍ଥାନୀୟ ପ୍ରେସ କ୍ଲବ ଛକଠାରୁ ଶୋଭାଯାତ୍ରା କରି ଚାବି ହଜିବା ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆଙ୍କୁ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *