ଓଡ଼ିଶା

ରତ୍ନଭଣ୍ଡାର ଚାବି ଦେଖେଇବା ଦାବିରେ ବିକ୍ଷୋଭ

ପୁରୀ:୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ସମସ୍ତଙ୍କୁ ଦେଖେଇବା ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ସେନା ପକ୍ଷରୁ ସିଂହଦ୍ୱାର ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ପୋଷ୍ଟର ପୋଡାଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସିଂହଦ୍ୱାର ସମ୍ମୁଖରେ ସେନାର ସଦସ୍ୟମାନେ ନାରାବାଜୀ କରିବା ସହ ତୁରନ୍ତ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବିଟି ଦେଖାଇବା ପାଇଁ ଦାବି କରିଥିଲେ। ସେନା ଦାବି କରିଛି ଯେ ଜିଲ୍ଲାପାଳ ଯଦି ସତ କହୁଛନ୍ତି ତେବେ ଚାବି ସମସ୍ତଙ୍କୁ ଦେଖେଇବା ସହ ସାର୍ବଜନୀନ କରନ୍ତୁ। ଜଗନ୍ନାଥ ମନ୍ଦିର ମାନୁଆଲରେ ଡୁପ୍ଲିକେଟ ଚାବି କଥା ମୋଟେ ନଥିବା ବେଳେ ଏବେ ଚାବି କିପରି ଆସିଲା ବୋଲି ସେନା ପ୍ରଶ୍ନ କରିଛି। ଜିଲ୍ଲାପାଳ ମିଛ କଥା କହି ଲୋକଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରିଛନ୍ତି। ରେକର୍ଡ ରୁମ୍ ରେ କେବଳ ରେକର୍ଡ ଓ ନଥି ପତ୍ର ରହିବା ଆଇନ ଥିବା ବେଳେ ଏକ ଚାବି କିପରି ରେକର୍ଡ ରୁମ୍ରୁ ବାହାରିଲା ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ସମୟରେ ଜିଲ୍ଲାପାଳ ଲୋକଙ୍କୁ ମିଛ କଥା କହିଥିଲେ ଯେ ୧୯୭୮, ୧୯୮୫ ଚାବି ଟ୍ରେଜରିକୁ ଫେରିନି। ତେଣୁ ସରକାର ବିଚାର ବିଭାଗ ତଦନ୍ତ ଘୋଷଣା କରିଛନ୍ତି। ରେକର୍ଡ ରୁମ ମଧ୍ୟରୁ ମିଳିଥିବା ଲଫାପାର ଫରେନ୍ସିକ ଯାଞ୍ଚ କରାଯାଉ ବୋଲି ସେନା ଦାବି କରିଛି। ଏଥିପାଇଁ ଜିଲ୍ଲାପାଳଙ୍କ ଦାବି କରିଛି ଜଗନ୍ନାଥ ସେନା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top