ଜିଲ୍ଲା ପରିକ୍ରମା

ରଜ ମହୋତ୍ସବ ୨୦୧୮ ପାଇଁ ପ୍ରସ୍ତୁତି ବୈଠକ

ଖଇରା, ୧୦.୬.୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା କଲେଜ ନିକଟ ବଣପାରିଆ ଛକଠାରେ ଥିବା ଗାୟତ୍ରୀ ମଠ ପରିସରରେ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପିତ୍ୱରେ ଖଇରା ବ୍ଲକର ଇଲୋକଟୋ୍ରନିକ ଓ ପ୍ରିଣ୍ଟ ମିଡିଆର ପ୍ରତିନିଧି ତଥା ସାମ୍ବାଦିକମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ତା୧୪, ୧୫ ଓ ୧୬ରିଖ ନୟାଖଣ୍ଡି ପଚାଂୟତ ସୁନ୍ଦରପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ରଜ ମହୋତ୍ସବ ୨୦୧୮ର ପ୍ରସ୍ତୁତି ବିଷୟରେ ମହୋତ୍ସବ କମିଟିର ସଭାପତି ସୁରେନ୍ଦ୍ର ନାଥ ରାଉତ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ। ବୁଡି ଯାଉଥିବା ପରମ୍ପରାକୁ ଉଦଜୀବିତ କରିବା ଓ ନୂତନ ପରମ୍ପରାକୁ ଆପଣେଇବା ହେଉଛି ଏହି ମହୋତ୍ସବର ମୂଳଲକ୍ଷ। ଅତୀତରୁ ଓଡିଆ ମାନେ ବହୁ ପରମ୍ପରା ମାନି ଚଳିଆସୁଥିଲେ ହେଲେ ଆଜିକାଲିର ଓଡିଆ ମାନେ ସେବୁକୁ ବୁଡେଇଦେଲେଣି। ସେହି ସବୁ ବୁଡିଯାଉଥିବା ପରମ୍ପରାକୁ ଉଦଜୀବିତ କରିବା ସହିତ ବର୍ତ୍ତମାନର ବୈଜ୍ଞାନିକ ଯୁଗରେ ସୃଷ୍ଟି ହେଉଥିବା ନୂଆ ନୂଆ ପରମ୍ପରାକୁ ଆପଣେଇ ପାରିଲେ ଏହି ରଜ ମହୋତ୍ସବ ଲକ୍ଷ ସଫଳ ହେବ ବୋଲି ମହୋତ୍ସବ ସଭାପତି ସୁରେନ୍ଦ୍ର ନାଥ ରାଉତ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହିକାର୍ଯ୍ୟକ୍ରମ ୩ ଦିନ ଚାଲିବା ସହିତ ପ୍ରତ୍ୟେକ ରାତିରେ ବିଭିନ୍ନ ପ୍ରକାରର ସାଂସ୍କୃିତକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାହୋଇଛି। ୧୪ ତାରିଖ ସକାଳେ ଖଇରା ଥାନାଧିକାରିଣୀ ସୁଶ୍ରୀ ଲୋପାମୁଦ୍ରା ନାୟକ ପତକାଉତ୍ତୋଳନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ସଂଧ୍ୟାକୁ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାର ପ୍ରକାଶ କରିଥିଲେ। ସଂପାଦକ ବିଷ୍ଣୁ ପ୍ରସାଦ ମିଶ୍ର ୩ ଦିନଧରି ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରସ୍ତୁତ ିବୈଠକ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ବରିଷ୍ଠ ଉପଦେଷ୍ଠା ଉମେଶ ଚନ୍ଦ୍ର ନାୟକ ଭୁଲିଯାଉଥିବା ପରମ୍ପରାକୁ ବଂଚାଇ ରଖିବା ନୂତନ ପରମ୍ପରାକୁ ଆପଣେଇବା ସହିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, କେରମ, ଲୁଡୁ, ତାସ, ଚେସ, ଦୋଳୀ ପ୍ରଭୁତି ଖେଳର ପ୍ରତି ଯୋଗିତା ଆଦି ବିଭିନ୍ନ ପ୍ରତିଯୋଗିତମାନଙ୍କ ଦ୍ୱାରା ଅନୁଷ୍ଠିତ ହେବାର କର୍ଯ୍ୟକ୍ରମ ସ୍ଥିର କରାହୋଇଛି। ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାରପ୍ରଦାନର ବ୍ୟନସ୍ଥା ମଧ୍ୟ ଅଛି। ରଜ କୁଇନ ପ୍ରତିଯୋଗିତାରେ ବିଜୟନୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନର ବ୍ୟବସ୍ଥା ଥିବାର ପ୍ରକାଶ କରିଥିଲେ। ଏଥିରେ ଖଇରା ବ୍ଲକର ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବ ବୋଲି ସ୍ଥିର ହୋଇଛି। ଅଂଚଳବାସୀଙ୍କ ଅକୁଷ୍ଠିତ ସାହାଯ୍ୟ ଓ ସହଯୋଗ ପାଇ ନୂଆକରି ଗଢିଉଠିଥିବା ଏହି ହଜିହଜି ଯାଉଥିବା ଅତୀତର ଓଡିଆ ପରମ୍ପରାକୁ ଉଦଜୀବିତ କରିବା ଏବଂ ନୂତନ କରି ସୃଷ୍ଟି ହେଉଥିବା ପରମ୍ପରାକୁ ଆପଣେଇ ଆଗାମୀ ଦିନ ପାଇଁ ଏକ ଉଦାହରଣ ହେବ ବୋଲି ବରିଷ୍ଠ ଉପଦେଷ୍ଠା ଉମେଶ ଚନ୍ଦ୍ର ନାୟକ କହିଥିଲେ। ସହ ସଂପାଦକ ଓ କୋଷାଧ୍ୟକ୍ଷ କୌଣସି ବକ୍ତବ୍ୟ ରଖି ନ ଥିବାବେଳେ ସୁନ୍ଦରପୁର ଗ୍ରାମବାସୀ ସହିତ ଅଂଚଳବାସୀ ଉପସ୍ଥିତ ଥିଲେ। ଶେଷରେ ସଭାପତି ସୁରେନ୍ଦ୍ର ନାଥ ରାଉତ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top