ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପୁରୀ:୧୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଆଗାମୀ ରଜ ପର୍ବ ପାଇଁ ନିଳାଚଳ ରଜ ମହୋତ୍ସବ ରଜ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ନିଳାଞ୍ଚଳ ଅନୁଷ୍ଠାନର ସଭାପତି ରୋଟାରିଆନ ମହେଶ ପ୍ରଧାନଙ୍କ ଅଧ୍ୟକ୍ଷେତାରେ ଅନୁଷ୍ଠିତ ବୈଠକରେ ରଜ ଉତ୍ସବ ପାଳନ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା। ୩ ଦିନି ବ୍ୟାପି ରଜ ଉତ୍ସବ ଅବସରରେ ଓଡ଼ିଆଘରର ପିଠାପଣା ଷ୍ଟଲ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୩ ଦିନି ବ୍ୟାପୀ ଚିତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଜ ମହୋତ୍ସବ ପାଇଁ ଏକ କମିଟି ଗଠନ କରାଯାଇଛି। ସମ୍ପାଦକ ସ୍ୱପ୍ନେନ୍ଧୁ ରାଉତ ସମ୍ପାଦକ, ରବିନାରାୟଣ ମହାନ୍ତି, ଯୁଗ୍ମ ସମ୍ପାଦକ, ଦିଲ୍ଲିପ ଦାସ ଉପସଭାପତି ରୂପ ମନୋନୀତ ହୋଇଥିବାବେଳେ ଏକ କାର୍ଯ୍ୟକାରୀ କମିଟି ଓ ଉପଦେଷ୍ଠା ମଣ୍ଡଳୀ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *