ଓଡ଼ିଶା

ରଜ ପାଇଁ ଉତ୍ସବ ମୂଖର ଘଟଗାଁ ଅଂଚଳ

ଘଟଗାଁ, ୧୪.୦୬(ଓଡିଆ ପୁଅ/ଭବାନୀ ପ୍ରସାଦ)-ଭାରତୀୟ ସଂସ୍କୃତିରେ ପୁରପଲ୍ଲୀର ପର୍ବପର୍ବାଣୀ ଗୁଡିକ ଗୁରୁତ୍ୱ ବହନ କରିଥାଏ। ଗ୍ରାମାଂଚଳରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଓଡିଆ ମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ ଭାବେ ପରିଚିତ। ଏହି ରଜ ପର୍ବ କେନ୍ଦୁଝର ଜିଲ୍ଲ୍ା ଘଟଗାଁ ଅଂଚଳର ବିଭିନ୍ନ ଗ୍ରାମରେ ବେଶ ଧୂମ ଧାମରେ ପାଳିତ ହେଉଛି। ଏହି ଗ୍ରାମ ଗୁଡିକରେ ବହୁ ଉତ୍ସାହର ସହିତ ବହୁ ସଂଖ୍ୟାରେ ଦୋଳି ତିଆରି କରାଯିବା ସହ ଏକତ୍ରିତ ଭାବରେ ରଜ ପାଳନରେ ଓଡିଶାର ସଂସ୍କୃତୀ ଓ ପରମ୍ପରାର ଚିତ୍ର ପ୍ରତିଫଳିତ ହେଇଥିବା ଦେଖାଯାଇଛି। ସାରା ରାଜ୍ୟ ଏବେ ରଜ ପାଇଁ ଉତ୍ସବ ମୂଖର ହେଇ ଉଠିଥିବା ବେଳେ ଏହି ପର୍ବର ବିଶେଷ ଆକର୍ଷଣ ଘଟଗାଁ ଅଂଚଳରେ ଦେଖାଯାଇଛି। ବେଶ ଆଡମ୍ବରରେ ପାଳିତ ହେଉଥିବା ରଜ ଉତ୍ସବ ପାଇଁ ବିଭୀନ୍ନ ଗ୍ରାମରେ ଆନନ୍ଦ ଉଲ୍ଲାସର ବାତାବରଣ। ପାରମ୍ପାରିକ ରୀତିରେ ବାସୁଧା ମାତାର ପୂଜା କରିବା ପରେ ରଜ ପଡିଆରେ ଦୋଳି ପୂଜା ହୋଇଥାଏ। ତେବେ ଏହି ରଜ ପର୍ବ ବିଷେଶ କରି ଝିଅ ମାନଙ୍କର ପର୍ବ ହୋଇଥିବାରୁ ଏହି ଗ୍ରାମର ଝିଅ ବହୁ ମାନେ ସକାଳୁ ସକାଳୁ ସ୍ନାନ କରି ପିଠା ପଣା କରିଥାନ୍ତି। ପରେ ନୁଆ ପୋଷାକ ପରିଧାନ କରି ଅଳତା ଓ ମେହେନ୍ଦି ଲଗାଇ ସଜବାଜ ହୋଇ ପିଠା ଖାଇ ଦୋଳି ପଡିଆରେ ଆନନ୍ଦ ଉଲ୍ଲାସରେ ଦୋଳିର ମଜା ନେଇଛନ୍ତି। ଏଥି ସହିତ ଦୋଳି ପଡିଆରେ ଅନୁଷ୍ଟିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଉଛନ୍ତି। ଅନ୍ୟ ପଟେ ଏହି ରଜ ପର୍ବକୁ ଏକ କୃଷି ଭିତିକ ପର୍ବ ଭାବେ ପାଳନ କରାଯିବା ସହ ଏହି ପର୍ବରେ ବସୁଧା ମାତାଙ୍କୁ ବିଶ୍ରାମ ମିଳିଥାଏ। ଏହି ସମୟରେ ଚାଷ କାମ ବନ୍ଦ ଥିବା କାରଣରୁ ପୁରୁଷ ଲୋକ ମାନେ ମଧ୍ୟ ଏହି ପର୍ବକୁ ବେଶ ଉପଭୋଗ କରିଥାନ୍ତି। ଗ୍ରାମରେ ତାସ ଖେଳ ସହ ବିଭିନ୍ନ ଖେଳକୁଦରେ ମଜ୍ଜି ଯାଇଥାନ୍ତି। ଏହି ପର୍ବରେ କୃଷି ପାଇଁ ବ୍ୟବହୃତ ସାମଗ୍ରୀକୁ ପଥମେ ପୂଜା କରି ପ୍ରାଧାନ୍ୟ ଦିଆଯାଇଥାଏ। ଗ୍ରାମ ଗୁଡିକରେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ଦୋଳି ଖେଳିବା ପାଇଁ ଗ୍ରାମ ବାସୀଙ୍କ ସହ ବନ୍ଧୁ ବାନ୍ଧବ ଓ ଅଂଚଳର ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥାନ୍ତି। ଯାହାକି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଏକ ଭାତ୍ରୁଭାବ ସୃଷ୍ଟି କରିବାରେ ସହାୟକ ହୋଇ ପାରଛି।(ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top