ଜିଲ୍ଲା ପରିକ୍ରମା

ରଜ ପରମ୍ପରା ଆଲୋଚନା

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରକ୍ଷେତ୍ର ନାଗରିକ ମଂଚ ପକ୍ଷରୁ ରଜ ପରମ୍ପରା ଆଲୋଚନା ଚକ୍ର ଭକ୍ତ କବି ସାଲବେଗ ସମାଧିପୀଠରେ ଅନୁଷ୍ଠିତ ହୋଇଛି। ସଭାପତି ଲଲାଟେନ୍ଦୁ ମିଶ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଉପନଗରପାଳ ଶାନ୍ତିଲତା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଅତିତରେ ଉତ୍କଳରେ ପାଳନ କରାଯାଉଥିବା ରଜମହୋତ୍ସ ବର୍ତ୍ତମାନ ବହୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହି ପ୍ରାଚୀନ ସଂସ୍କୃତିକୁ ଓଡ଼ିଶା ବାସୀ ବଚାଂଇ ରଖିଛନ୍ତି।ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ହରପ୍ରସାଦ ମିଶ୍ର କହିଲେ ରଜପର୍ବ ଉତ୍କଳୀୟ ସଭ୍ୟତା, ପରମ୍ପରା ଓ ସଂସ୍କୃତିର ପ୍ରକୃତ ପରିଚୟ। ଓଡ଼ିଆ ଜାତିର ସ୍ୱାଭିମାନର ପରିଚୟ ହେଉଛି ରଜପର୍ବ। ଜ୍ୟୋତିର୍ବିଦ ଅନାମଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସଭାପତି ସାମ୍ବାଦିକ ଲକ୍ଷ୍ମୀଧର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷାବିତ୍ ଶିବସୁନ୍ଦର ମିଶ୍ର ଆଲୋଚନାଚକ୍ର ସଂଯୋଜନା କରିଥିଲେ। ଆଇନଜୀବି ଅଶୋକ କୁମାର ଆଢ, କାଶୀନାଥ ଖୁଂଟିଆ, ସଦାଶିବ ମିଶ୍ର, ରାମଚନ୍ଦ୍ର ସାହୁ, ଜ୍ୟୋତିରେଖା ମିଶ୍ର, ତୃପ୍ତି ପଣ୍ଡା, ରଚନା ରାଉତ ରାୟ, ପବିତ୍ର କୁମାର ମହାନ୍ତି, ସୁରେଶ କୁମାର ପଟ୍ଟନାୟକ, ହେମାଙ୍ଗିନୀ ମହାନ୍ତି, ହଟ୍ଟ କିଶୋର ମଲ୍ଲିକ ଓ ପ୍ରଭାତ ଚନ୍ଦ୍ର ରଥ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସ୍ୱର୍ଣ୍ଣଲତା ତ୍ରିପାଠୀ, କିଷ୍ଣା ଦେବୀ, ବିଜୟଲକ୍ଷ୍ମୀ ଦାଶ ଓ ହରେକୃଷ୍ଣ ପ୍ରଧାନୀଙ୍କୁ ରଜପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ମାଦକ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପର କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top