ad
କେନ୍ଦୁଝର

ରଜାବନ୍ଧରେ ଟୁସୁ ମହୋତ୍ସବ

ତୁରୁମୁଙ୍ଗା ୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) ଚମ୍ପୁଆ ବ୍ଲକ ସଡ଼ଙ୍ଗି ପଞ୍ଚାୟତ ରଜାବନ୍ଧ ସ୍ଥିତ କଲେଜ ପଡିଆରେ ଟୁସୁ କମିଟି ତରଫରୁ ଟୁସୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଟୁସୁ ମିଳନ ମହୋତ୍ସବରେ ଆଖପାଖ ୭ ଟି ଗ୍ରାମ ର ୮ ଟି ଟୁସୁ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା। ଏମ୍ .କେ ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଲେଇଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷା ରମଣୀ ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ମାନସ ବେହେରା, କୁଡୁମି ମହାସଙ୍ଘର ସଭାପତି ତଥା ଓଡିଶା ଟୁସୁ ସମିତିର ସଭାପତି ଓ ଶିଳ୍ପପତି କ୍ଷୀରୋଦ ଚନ୍ଦ୍ର ମହାନ୍ତ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଅଵସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ ଯୋଗ ଦେଇ କୁଡୁମି ସମ୍ପ୍ରଦାୟର ପରମ୍ପରା ଓ ଟୁସୁ ଉପରେ ବିସ୍ତୁତ ଭାବରେ କହିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ତୁରୁମୁଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୌତମ ଚରଣ ପୃଷ୍ଟି, ଶିକ୍ଷକ ହଳଧର ମହାନ୍ତ, ଟଙ୍କଧର ମହାନ୍ତ, କମନା କାନ୍ତା ସିଂ, ସମାଜସେବୀ କମଳାକାନ୍ତ ସାହୁ, ମାୟାଧର ସାହୁ, ରାଧାମଧବ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋନରଞ୍ଜନ ମହାନ୍ତ, ଯୋଗଦେଇଥିଲେ। ଏହି ଟୁସୁ ପ୍ରତିଯୋଗିତାରେ ପିଛୁଳାବେଡା ଟୁସୁ ପ୍ରଥମ ଖୁଣ୍ଟାପଡା ଟୁସୁ ଦିତୀୟ ଓ ଜଜପଶି ଟୁସୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ପୁରସ୍କାର ୫୦୫୧, ଦିତୀୟ ପୁରସ୍କାର ୩୦୫୧ ଓ ତୃତୀୟ ପୁରସ୍କାର ୨୦୫୧ ଟଙ୍କା ପ୍ରଦାନ ଯାଇଥିଲା।ଏହି କାର୍ଯ୍ୟକ୍ରମକୁ କମିଟି ର ସଭାପତି ଚତୁର୍ଭୁଜ ମହାନ୍ତ ସମ୍ପାଦକ ସୁନାରାମ ମହାନ୍ତ, ପ୍ରଦୀପ କୁମାର ମହାନ୍ତ ପ୍ରମୁଖ ଆୟୋଜନ କରିଥିବା ବେଳେ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top