ଓଡ଼ିଶା

ରଜରେ ଘରେ ଘରେ ପିଠାପଣା ଆସାର

ପୁରୀ:୧୫/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ର ସମେତ ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଇଛି ରଜ। ରଜ ପାଇଁ ସହରରେ ଥିଲା ଚଳଚଞ୍ଚଳ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକ ରଜ ମଉରେ ନିଜକୁ ହଜାଇ ଦେଇଥିଲେ। ରଜ ଦୋଳିରେ ଯୁବତୀଙ୍କ କଣ୍ଠରୁ ଭାସି ଆସୁଥିଲା ରଜ ଦୋଳି ଗୀତ। ସହରୀ ସଭ୍ୟତାର ଧିରେ ଧିରେ ଦୂରେଇ ଯାଉଛି ରଜର ସ୍ୱତନ୍ତ୍ରତା। ଗ୍ରାମାଞ୍ଚଳରେ ମଧ୍ୟ ସେହିପରି ଅବସ୍ଥା। ତେବେ ମଧ୍ୟ ରଜ ଦୋଳୀକୁ କେହି ଭୁଲିନାହାନ୍ତି। ରଜ ପର୍ବର ବିଶେଷତ୍ୱ ବିଶେଷ ଭାବେ ବାରି ହୋଇ ପଡିଥିଲା ଯୁବତୀମାନଙ୍କ ନିକଟରୁ। ନୂଆ ଡ୍ରେସ, ଗୋଡରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ପିନ୍ଧି ଯୁବତୀ ଓ ଛୋଟ ଛୋଟ ପିଲାମାନେ ରଜରେ ସଜେଇ ହୋଇଥିଲେ। ରଜ ଗୀତ ସାଙ୍ଗକୁ ଦୋଳି ଖେଳରେ ମାତିଥିଲେ ସମସ୍ତେ। ଗଛରେ ବନ୍ଧା ହୋଇଥିବା ଦୋଳିରେ ବସି ପିଲାମାନେ ରଜ ଗୀତ ଗାଇଥିଲେ। ରଜ ପାଇଁ ପୂରପଲ୍ଲୀ ଥିଲା ଉତ୍ସବ ମୁଖର। ଘରୁ ଭାସି ଆସୁଥିଲା ଆମ୍ବିଳି ସୋଦୁଅର ବାସ୍ନା। ରଜ ପାଇଁ ପ୍ରସ୍ତୁତ ହୋଇଥିଲା ବିଭିନ୍ନ ପିଠାପଣା। ତେବେ ଏହି ସବୁ ପିଠାପଣା ମଧ୍ୟରେ ପୋଡ ପିଠା ଥିଲା ସ୍ୱତନ୍ତ୍ର। ଅନେକ ଘରେମାନଙ୍କରେ ମଧ୍ୟ ଏଣ୍ଡୁରି, ମଣ୍ଡା ଓ ଚକୁଳି ଆଦି ପ୍ରସ୍ତୁତି କରାଯାଇଥିଲା। ଆନନ୍ଦ ଉଲ୍ଲଲାସରେ ପିଲାମାନେ ପିଠା ଖାଇ ରଜ ଦୋଳି ଖେଳିବା ସହ ପୁଚି ଖେଳିଥିଲେ। ରଙ୍ଗ ବେରଙ୍ଗର ସଜ୍ଜିତ ହୋଇଥିଲା ପାନ ଦୋକାନ। ପାନ ଗୋଟାକ ୧୦ ଟଙ୍କାରୁ ଆରମ୍ଭ କରି ୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥିଲେ। ପାନରେ ଚୁନ, ଗ୍ଲୁକୋଜ, ନିଲମ ମସଲା ଲଚ୍ଛା, ସାହାଡା, ଚେରି, ଚକ୍ରସର, ମିକ୍ସଚର ସମେତ ବିଭିନ୍ନ ସୁଗନ୍ଧ ଆଦି ଦିଆଯାଇ ବିକ୍ରି ହୋଇଥିଲା। ରଜ ପାନ ନେବାକୁ ମଧ୍ୟ ଦୋକାନରେ ଗ୍ରାହକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top