ଜିଲ୍ଲା ପରିକ୍ରମା

ରଜରାଣୀରେ ମୁକୁଟ ପିନ୍ଧିଲେ ସାଗରିକା ଓ ଖୁସି ପ୍ରିୟଦର୍ଶନୀ

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅରବାର୍ନ ହାଟ ପରିସରରେ ଆୟୋଜିତ ନୀଳାଚଳ ରଜ ମହୋତ୍ସବ ଉଦ୍ ଯାପିତ ହୋଇଯାଇଛି। ଅନୁଷ୍ଠାନରେ ସଭାପତି ମହେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସରେ ଉପନଗରପାଳ ଶାନ୍ତିଲତା ପ୍ରଦାନ, ସମାଜସେବୀ ଚକ୍ରଧର ପ୍ରଧାନ, ସନ୍ତୋଷ ମହାନ୍ତି, ଦେବୀ ପ୍ରସନ୍ତ ନନ୍ଦ, ଜୟଦାସ ଗୁପ୍ତା, ଜୟଶ୍ରୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭାରତୀୟ କଳାସଂସ୍କୃତିକୁ ବଂଚାଇ ରଖିବାକୁ ଅନୁଷ୍ଠାନ ଯେଉଁ ପ୍ରୟାସ କରିଛି। ତାହା ପ୍ରଶସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ କର୍ମକର୍ତାମାନେ ଏହି ଅଭିଯାନକୁ ଜାରିରଖିବାକୁ ଅତିଥି ଗଣ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସ୍ୱପ୍ନେନ୍ଦୁ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ବିଜୟ ପଟ୍ଟନାୟକ, ଦିଲ୍ଲିପ ଦାସ, ତନ୍ମୟ ମହାନ୍ତି, ଶଙ୍କର ବେହେରା, ରବିନାରାୟର ମହାନ୍ତି, ମଧୂସୁଦନ ମହାନ୍ତି ମଂଚାସୀନ କଲେ। ଉତ୍ସରେ ସାଗରିକା ଚାନ୍ଦ ରଜରାଣୀ ଓ ଖୁସି ପ୍ରିୟଦର୍ଶନୀଙ୍କୁ କୁନି ରଜରାଣୀ ଭାବେ ସମ୍ବର୍ଦ୍ଦିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂସ୍କୃତିକ କାର୍ଯ୍ୟକ୍ରମରେ ରଂଗଶାଳାର କଳାକାରମାନେ ରଂଗାରଂଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭୁବନେଶ୍ୱରରୁ ଆସିଥିବା କଣ୍ଠଶିଳ୍ପୀ ନିତୁନ ନିଜର ଅନୁଷ୍ଠାନରେ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top