ରଜନୀକାନ୍ତଙ୍କ ସିନେମା “କାଲା” ଉପରେ ୧୦୧ କୋଟି ଟଙ୍କାର ମାନହାନି ଅଭିଯୋଗ

ନୂଆ ଦିଲ୍ଲୀ ୪ ଜୁନ୍ (ଓଡ଼ିଆ ପୁଅ) ରଜନୀକାନ୍ତଙ୍କର ଫିଲ୍ମ ‘କାଲା’ ବିରୁଦ୍ଧରେ ଏବେ ଆଇନ ବିବାଦ ସାମନାକୁ ଆସିଛି। ମୁମ୍ବାଇର ଜବାହର ନଡା ନାମକ ଜଣେ ସାମ୍ବାଦିକ ଫିଲ୍ମ ନିର୍ମାତାଙ୍କ ବିରୁଦ୍ଧରେ ମାନହାନିର ଅଭିଯୋଗ କରିଛନ୍ତି। ଜବାହର ନଡା ଦାବୀ କରିଛନ୍ତି କି ଫିଲ୍ମରେ ରଜନୀକାନ୍ତ ଯେଉଁ ଭୂମିକାରେ ଅଭିନୟ କରିଛନ୍ତି ତାହା ରିୟଲ ଲାଇଫରେ ତାଙ୍କର ପିତା ଥିରାବିୟମ ନଡାଙ୍କର ରହିଥିଲା।

ଜବାହରଙ୍କର ଏହା ମଧ୍ୟ ଆରୋପ ଯେ, ଫିଲ୍ମରେ ତାଙ୍କର ପ‍ିତାଙ୍କର ଭୂମିକାକୁ ନେଗେଟ‍ିଭ ଭାବରେ ଦେଖାଯାଇଛି। ଏହି କଥାକୁ ନେଇକରି ସେ ନିଜ ଓକିଲଙ୍କ ଜରିଆରେ ମାନହାନିର ଅଭିଯୋଗ କରିଛନ୍ତି। ତିନି ପୃଷ୍ଠାର ଅଭିଯୋଗରେ ସେ “କାଲା”ର ନିର୍ମାତାଙ୍କୁ ଲିଖ‍ିତ କ୍ଷମା ମାଗିବା ସହିତ ହିଁ ୧୦୧ କୋଟି ଟଙ୍କାର କ୍ଷତିପୂରଣ ଦାବୀ କରିଛନ୍ତି।

୭ ଜୁନକୁ ର‍ିଲିଜ ହେବାକୁ ଯାଉଥିବା “କାଲା” ଫିଲ୍ମରେ ରଜନୀକାନ୍ତ ଏକ ଗ୍ୟାଙ୍ଗଷ୍ଟରର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ରିଲିଜ ପୂର୍ବରୁ ହିଁ ଏହାକୁ ନେଇକରି ଅନେକ ବିବାଦ ସାମନାକୁ ଆସୁଛି।

Leave a Reply

Your email address will not be published. Required fields are marked *