ରଙ୍ଗମାଟିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ

ବାରିପଦା ୧୧/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦିନ ୧୦.୩୦ ମି. ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଯକ୍ଷ୍ମା ବିଭାଗଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଫଳରେ ବିଭାଗ ମଧ୍ୟରେ ଥିବା ଜରୁରୀ କାଗଜପତ୍ର ଯଥା ନୋଟିଫିକେସନ ରେଜିଷ୍ଟ୍ରର, ଫ୍ରିଜ ଓ ତା’ ମଧ୍ୟରେ ଥିବା ଔଷଧ, ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲା।

Leave a Reply

Your email address will not be published. Required fields are marked *