ରଘୁନାଥ କଲେଜ ରାଜନୀତି ବିଜ୍ଞାନ ବିଭାଗରେ ସ୍ୱାଗତ ଉତ୍ସବ

ଖୋର୍ଦ୍ଧା :27/10 (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରଘୁନାଥ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ପ୍ରଥମ ବର୍ଷ ରାଜନୀତି ବିଜ୍ଞାନ (ସମ୍ମାନ) ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ମା’ ମଙ୍ଗଳା ମନ୍ଦିର ପରିସରରେ କଲେଜ ଅଧ୍ୟକ୍ଷ ସେଖ୍ ଅବଦୁଲ୍ ରହିମ୍‌ଙ୍କ ତତ୍ବାବଧାନରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏ ନେଇ ଆୟୋଜିତ ସଭାରେ ବିଭାଗୀୟ ମୂଖ୍ୟ ଅଧ୍ୟାପିକା କଳ୍ପନା ମଞ୍ଜରୀ ଦେଇ ସଭାପତିତ୍ୱ କରିଥିବା ବେଳେ ଇଂରାଜୀ ମୂଖ୍ୟ ଅଧ୍ୟାପକ ଶ୍ରୀକାନ୍ତ କୁମାର ସ୍ୱାଇଁ ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଓ ଅର୍ଥନୀତି ବିଭାଗର ଅଧ୍ୟାପିକା ସ୍ମିତାରାଣୀ ଦଳାଇ ଅତିଥି ରୂପେ ଯୋଗଦେଇ ରାଜନୀତି ବିଜ୍ଞାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ନୂତନ ଛାତ୍ର ସାମ୍ବାଦିକ ଜୟେନ୍ଦ୍ର ବେହେରା ମହାବିଦ୍ୟାଳୟରେ ପଢିବାର ଉଦ୍ଦେଶ୍ୟ ଓ ଆଗାମୀ ସେମିନାର ସଂପର୍କରେ ମତ ଦେଇଥିଲ । ଏହି ସ୍ୱାଗତ ଉତ୍ସବରେ ଛାତ୍ର ସହଦେବ ବେହେରା ଓ ରୋଶନ ଖାଁ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନେ ବେଶ ଆନନ୍ଦ ସହକାରେ ସ୍ୱାଗତ ଜଣାଇଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପକ ସହଦେବ ମହାରଣା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ

Leave a Reply

Your email address will not be published. Required fields are marked *