ଜିଲ୍ଲା ପରିକ୍ରମା

ରକ୍ଷଣା ବେକ୍ଷଣର ଅଭାବ, ମରଣଯନ୍ତା ପାଲଟିଛି ଗୁଦଗୁଦା ପୋଲ

ବୌଦ୍ଧ, ୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ପଟୁ ବୌଦ୍ଧ ଗଲାବେଳେ ୧୪ କିଲୋମିଟର ଦୂରରେ ରହିଛି ଗୁଦଗୁଦା ପୋଲ। ଏହି ପୋଲ ଦେଇ ପ୍ରତ୍ୟହ ଶହଶହ ସଂଖ୍ୟାରେ ଯାନ ବାହନ ଚଳାଚଳ କରୁଥିବାବେଳେ ଦୀର୍ଘ ଦିନରୁ ଏହାର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ପୋଲ ଉପରେ ଅନେକ ବଡ ବଡ ଗର୍ତ ସୃଷ୍ଟି ହୋଇ ଯାତାୟାତ ରେ ବ୍ୟାଘାତ ସୃଷ୍ଟି ହେଉଛି। ଅନେକ ସମୟରେ ଏହି ପୋଲ ଉପରେ ଛୋଟ ବଡ ଦୁର୍ଘଟଣା ମାନ ଘଟିବାରେ ଲାଗିଛି। ଗତ ବର୍ଷ ଏହି ଜାତୀୟ ରାଜପଥର ସଂପ୍ରସାରଣ କରାଯାଇଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ଗୁଦଗୁଦା ପୋଲକୁ ପ୍ରଶସ୍ତ କରାଯାଇପାରିନାହିଁ। ତେବେ ଏହି ରାସ୍ତାରେ ଅନେକ ସଂକିର୍ଣ୍ଣ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ କରାଯାଇଥିବାବେଳେ ଏହି ସଂକିର୍ଣ୍ଣ ଗୁଦଗୁଦା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ କରାଯାଇନଥିବାରୁ ପୋଲ ଉପରେ ଏକ ସଙ୍ଗରେ ଦୁଇଟି ଗାଡି ଯାତାୟାତ କରିପାରୁନାହିଁ। ତେବେ ଏହି ପୋଲ କାହିଁକି ନୂତନ ଭାବରେ ନିର୍ମାଣ କରାଗଲା ନାହିଁ ତାହା ବିଭାଗୀୟ ଅଧିକାରୀଙ୍କ ଅପରିମଣାମ ଦର୍ଶିତାକୁ ସୂଚାଉଛି। ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ପୋଲର ଉଭୟ ପାଶ୍ୱର୍ରେ ଅନାବନା ଗଛ ଉଠି ରାସ୍ତାକୁ ଆହୁରି ସଂକିର୍ଣ୍ଣ କରିଦେଇଛି। ବିଭାଗୀୟ କର୍ତ୍ତୃପକ୍ଷ ଖୁବ ଶିଘ୍ର ଏଠାରେ ନୂତନ ପୋଲ ନିର୍ମାଣ କରିବାକୁ ଅଂଚଳ ବାସୀ ଦାବି ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top