ଜିଲ୍ଲା ପରିକ୍ରମା

ରକ୍ତ ରଞ୍ଜିତ ହେଲା ଶକ୍ତିପୀଠ ଭାଗବଣ୍ଟୁରାରେ ସାମିଲ ରାଜନୈତିକ କର୍ମୀ ଓ ପ୍ରଶାସନିକ ଅଧିକାରୀ, ପୋଲିସ ଭାଗରେ ୩ ବଳିବୋଦା ସାମ୍ବାଦିକଙ୍କ ମୋବାଇଲ ଛଡାଇନେଲା ପୋଲିସ, ପଶୁ ସଂପଦ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ସମାଜସେବୀ

ଭଦ୍ରକ, ୧୫ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଷୁବ ମିଳନ ଅବସରେ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଆଙ୍କୁଡେଶ୍ୱରୀ ପୀଠ ରକ୍ତରେ ରଂଜିତ ହେଲା । ଅବହେଳିତ ଓ ନଷ୍ପେସିତ ତଥା ଅନାଟନରେ ଥିବା ଲୋକ ଯେମିତି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ  ଶିକାର ହୋଇଥାଏ । ସେହିପରି ନିଜର ମନକାମନା ପୂରଣ ପାଇଁ ବୋଦାବଳୀ ପରି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଆଜିବି ବଂଚି ରହିଛି । ତାହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁରରେ । ଅନ୍ଧ ବିଶ୍ୱାସକୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାଶ ଆରମ୍ଭ କରାଯିବା ପରିବର୍ତେ ପୋଲିସ ପ୍ରଶାସନ ତଦାରଖରେ ·ଲିଥିଲା ବଳୀପର୍ବ । ଏହି ବଳୀପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।  ବୈଦିକ ରିତିନିତୀ ଅନୁଯାଇ ପୂଜାପାଠ, ହୋମଯଜ୍ଞ ସରିବା ପରେ ସଂନ୍ଧ୍ୟା ୮ଟା ୧୫ ମିନିଟ ସମୟରେ ଆରମ୍ଭ ହୋଇଥିଲା ବଳୀ ପର୍ବ । ବଳୀ ପାଇଁ ଶ୍ରଦ୍ଧାଳୁମାନେ ଆଣିଥିବା ପାଖାପାଖି ୫ଶହ ବୋଦାରୁ ୭ଗୋଟି ବୋଦା ବଳୀ ପଡିଥିଲା । ଏହି ସମୟରେ ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି କୋମଳମତୀ ବାଳକବାଳିକାମାନେ ଉପସ୍ଥିତ ଥାଇ ସମସ୍ତ ଦୃଶ୍ୟକୁ ଉପଭୋଗ କରୁଥିଲେ । ପୋଲିସ ଉପସ୍ଥିତିରେ ଏପରି ଘଟଣାର ତଥ୍ୟ ସଂଗ୍ରହ ପାଇଁ ଜଣେ ସାମ୍ବାଦିକ ନିଜ ମୋବାଇଲରେ ଫଟୋ ଓ ଭିଡିଓ ଉତୋଳନ କରୁଥିବା ବେଳେ ପୋଲିସ ରାଗରେ ମୋବାଇଲ ଛଡାଇନେଇଯାଇଥିଲା । ସବୁଠାରୁ ବଡକଥା ହେଲା ବୋଦାବଳୀ ପର୍ବ ସରିବା ପରେ ଉପସ୍ଥିତ ଥିବା କେତେକ ରାଜନୈତିକ ଦଳର କର୍ମୀ , ମନ୍ଦିର ପୂଜା କମିଟି ଓ ପରି·ଳନା କମିଟି,ପ୍ରଶାସନ ମଧ୍ୟରେ ଭାଗ ବଂଟା ହୋଇଥିଲା । ଏହି ଘଟଣାକୁ ନେଇ କେତେକ ଶ୍ରଦ୍ଧାଳୁ ବିରୋଧ କରିବା ପରେ ପୋଲିସ ମୋବଇଲରେ ଥିବା ସମସ୍ତ ତଥ୍ୟକୁ ନଷ୍ଟ କରି ସାମ୍ବାଦିକଙ୍କୁ ଫେରାଇଥିଲା । ପରେ ପୋଲିସ କର୍ମ·ରୀଙ୍କୁ ମନ୍ଦିର ପରି·ଳନା କମିଟି ପକ୍ଷରୁ ୩ଗୋଟି ବୋଦା ଦିଆଯାଇଥିବା ଦେଖିବାକୁ ମିଳିଛି । ବଳୀ ସମୟରେ ଉପସ୍ଥିତ ଥିବା କେତେଜଣ ସମାଜସେବୀ ପଶୁସଂପଦର ସୁରକ୍ଷା ପାଇଁ  ବିଭାଗ ନିକଟରେ ସମସ୍ତ ଭିଡିଓ ଓ ଫଟୋକପି ଦାଖଲ କରିବା ସହ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top