ଜିଲ୍ଲା ପରିକ୍ରମା

ରକ୍ତଭଣ୍ଡାରରେ ରକ୍ତଅଭାବ, ୨୦୦ୟୁନିଟ ରକ୍ତ ବଦଳରେ ଅଛି ମାତ୍ର ୧୦ ୟୁନିଟ୍, ରକ୍ତ ନପାଇ ରୋଗୀ ହନ୍ତସନ୍ତ

ମାଲକାନଗିରି,୧୫ା୧୦ (ଓଡିଆ ପୁଅ )   ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ମାସକୁ ପ୍ରାୟ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ଆଜି ଗଛିତ ରହିଛି ମାତ୍ର ୧୦ ୟୁନିଟ ରକ୍ତ । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ଆବଶକ୍ୟ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗି ମାନେ ନାହିଁନଥିବା ହଇରାଣ ହେଉଛନ୍ତି, ଆଜି ରକ୍ତଭଣ୍ଡାରରେ ଓ ପଜେଟିଭ୍ ଗୃପ ୩ୟୁନିଟ, ବି  ପଜେଟିଭ ୬ ୟୁନିଟ,ଏ ପଜେଟିଭ ମାତ୍ର ୧ ୟୁନିଟ ରକ୍ତ ଗଛିତ ଥିବାବେଳେ ଓ ନେଗେଟିଭ୍,ଏ ନେଗେଟିଭ୍, ବି ନେଗେଟିଭ୍.ଏ ବି ପଜେଟିଭ , ଏବି ନେଗେଟିଭ ଗୃପ ରକ୍ତନଥିବାର ରକ୍ତଭଣ୍ଡାର ସୁତ୍ରରୁ ଜଣାପଡିଛି । ଯାହା ଫଳରେ ଡାକ୍ତରଖାନାରେ  ଆବଶ୍ୟକ ପରିମାଣର ରକ୍ତ ନପାଇ ରୋଗୀ ମାନେ ହନ୍ତସନ୍ତ ହେଉଛନ୍ତି । ଜନ ସଚେତନତା ଅଭାବରୁ ରକ୍ତଦାନ ଶିବିର ବିଭିନ୍ନ ସ୍ଥାନରେ ଠିକ ଭାବେ ହୋଇ ପାରୁନଥିବାରୁ ରକ୍ତ ଭଣ୍ଡାରରେ ଆବଶ୍ୟକିୟ ପରିମାଣର ରକ୍ତ ଗଛିତ ରହିପାରୁନଥିବାର ଜଣାପଡିଛି । ଉକ୍ତ ରକ୍ତଭଣ୍ଡାର ଟି ଗତ ୨୦୦୮ମସିହାରେ ଖୋଲା ଯାଇ ପ୍ରଥମେ ୬୦ୟୁନିଟ୍, ପରେ  ଅତ୍ୟାଧୁନିକ ରକ୍ତଗଛିତ ମେସିନ ସ୍ଥାପିତ କରାଯାଇ ୫୦୦ୟୁନିଟ୍ କ୍ଷମତା କୁ ବୃଦ୍ଧି କରାଯାଇଥିଲା, ସତେବେଳେ ପ୍ରତି ମାସରେ ୩୦୦ରୁ ୪୦୦ୟୁନିଟ ରକ୍ତ ଗଛିତ ରହି ରୋଗୀ ମାନଙ୍କୁ ଠିକ ଭାବେ ଦିଆ ଯାଉଥିଲା । ମାଲକାନଗିରି ଜିଲ୍ଲାହସପିଟାଲରେ ପ୍ରତି ମାସରେ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ୧୫ଦିନ ହେଲା ମାତ୍ର ୨୦ ୟୁନିଟରୁ ୩୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି ।  ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି । ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି  ନିଜ ରୋଗୀମାନଙ୍କୁ ରକ୍ତ ଦେଉଛନ୍ତି । ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି ।

ରକ୍ତ ଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ ୧୫ଦିନ ହେଲା  ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଓ ରକ୍ତଭଣ୍ଡାର କର୍ତୁପକ୍ଷ ଜିଲ୍ଲାରେ ଥିବା ସ୍ୱଚ୍ଛାକୃତ ରକ୍ତଦାନ ସଂସ୍ଥା ଓ ପୁଲିସ ,ବିଭିନ୍ନ ବିଭାଗୀୟ ଅଫିସକୁ ତୁରନ୍ତ ରରକ୍ତଦାନ ଶିବିର କରିବାପାଇଁ ଜଣାଇଛନ୍ତି । ଜିଲ୍ଲାପ୍ରଶାସନ, ରେଡ୍କ୍ରସ ସଂସ୍ଥା,ଜିଲ୍ଲାସ୍ୱାସ୍ଥ୍ୟ ବିଭାଗର ଜନ ସେଚେତନତା ଅଭାବରୁ ରକ୍ତଭଣ୍ଡାରରେ ରକ୍ତ ଅଭାବ ହେଉଛି ,ଜିଲ୍ଲାରେ ଶତାଧିକ ସ୍ୱେଚ୍ଛାସେବି ଅନୁଷ୍ଠାନ ଥାଇ କୋଟି କୋଟି ଟଙ୍କାର କାମକରୁଥିଲେ ମଧ୍ୟ ଜନ ସଚେତନତା କରୁ ନାହାଁନ୍ତି କି ରକ୍ତଦାନପାଇଁ କେହି ଆଗଭର ହେଉନାହାଁନ୍ତି । ଏହି ପରି ମାଲକାନଗିରି ଜିଲ୍ଲାର କ୍ତଭଣ୍ଡାରରୁ ରକ୍ତସଂଗ୍ରହ କମିକମି ଗଲେ ଆଗାମିଦିନରେ ଜିଲ୍ଲାର ରୋଗୀ ମାନେ ରକ୍ତଅଭାବରୁ ଚିକତ୍ସିତ ହୋଇନପାରି ମୃତ୍ୟୁବରଣ ଆଶଙ୍କାକୁ ଏଡାଇଦିଆ ଯାଇନପାରେ ।  ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦ କ୍ଷେପ ନେବାକୁ ବିଦ୍ଧିଜୀବୀ ମାନେ ଦାବିକରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top