ରକ୍ତଦାନ ଶିବିର

ଖଡିଆଳ/ନୂଆପଡା-୦୬.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଜଣ ରକ୍ତଦାନ କରିଥିଲେ । ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁପ୍ରିୟ ଚର୍ଟ୍ଟଜି ମୁଖ୍ୟ ଅତିଥି , ଯୁକ୍ତ ୨ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ଡିନ୍ ଡଃ. ହରେନ୍ଦ୍ର ପଣ୍ଡା, ଯୁବ ରେଡକ୍ରସ କାଉନ୍ସିଲର ଡଃ. ତରୁଣ କୁମାର ପ୍ରଧାନ,ସାମ୍ବାଦିକ ସୁଜିତ କୁମାର ପ୍ରଧାନ ପ୍ରମୁଖ ସମ୍ମନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଏକ ମହତ ଦାନ ହୋଇଥିବାରୁ ସମସ୍ତେ ସ୍ୱେଛାକୃତ ଭାବରେ ରକ୍ତଦାନ କରି ଲୋକଙ୍କୁ ମରଣ ମୁହୁର୍ତ୍ତରୁ ବଞ୍ଚାଇବା ପାଇଁ ସଂଙ୍କଳ୍ପ ନେବା ପାଇଁ ଅନୁରୋଧ କରିଥିଲେ । ଏହି ଶିବିରରେ ଗୈାରାଙ୍ଗ କୁମାର ସାହୁ, ଗିତାଶ୍ରୀ ପ୍ରିୟମ୍ବଦା, ସୁଧିର ପ୍ରଧାନ, ପ୍ରମୋଦ ସାହୁ , ହରେକୃଷ୍ଣ ମିଶ୍ର, ଥବିର ଦୀପ, ସଙ୍ଗୀତା ନେତାମ, କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଯୁବ ରେଡକ୍ରସର ନିବେଦିତା ବାରିକ, ରୁତୁପର୍ଣ୍ଣା ହଂସ, କସ୍ତୁରି ବନଛୋର , ରସ୍ମିତା ବିଶ୍ୱାଲ , କାମାକ୍ଷା ବନ୍ଦିଛୋର, ଜାଗୃତି ପଣ୍ଡା, ବିକାଶ ନାଏକ, ପୂଜା ହଟୁଆର , ମିନତି କୁଣ୍ଡା , ଶିବାନି ସ୍ୱୟଂପ୍ରଭା ପ୍ରମୁଖ ସହଯୋଗ କରିଥିଲେ । ରକ୍ତଦାତା ଙ୍କ ମଧ୍ୟରେ ସବିତା ପ୍ରଧାନ,ସ୍ୱେଛାସେବୀ ସଞ୍ଜୟ ତିୱାରୀ, ସାମ୍ବାଦିକ ଅଜିତ କୁମାର ପଣ୍ଡା, ଅମିତ ସିଂ ଦେଓ, ମହେନ୍ଦ୍ର ତାଣ୍ଡି, ସଙ୍ଗୀତା ନେତାମ, ଅସିକ ଦଣ୍ଡସେନା , ସୋମ୍ୟରଞ୍ଜନ ସାହୁ, ସୈାରଭ କୁମାର ପଣ୍ଡା, ଆସିସ ନାଏକ, ରାଧାକାନ୍ତ ସାହୁ, ରାଜଶ୍ରୀ ଚନ୍ଦ୍ରକାର, ପ୍ରଭାରଞ୍ଜ ବିଶ୍ୱାଲ, ଶରସି ଭୂଷଣ ସାହୁ, ହୃଷିକେଶ ସାହୁ, ନିକେସ ବେହେରା, ବିକାଶ ଭୋଇ, ଦିଲିପ କୁମାର ବନ୍ଦଛୋର, ଭୁମେଶ କୁମାର ଶବର, ଦେବନ୍ଦ୍ର ହାତପନିଅ, ଯୋଗଧ୍ୟାନ ମାଝୀ ରକ୍ତ ଦାନ କରିଥିଲେ । କାର୍ଯ୍ୟକ୍ରମରେ ରକ୍ତଭଣ୍ଡାର ଖଡିଆଳ ଓ ନୂଆପଡା ର ବରୁଣ ବଖାଳ କାଉନ୍ସିଲର ଆଇ. ସି. ଟିସି. ଖଡିଆଳ, ଶିଲେସ ପୋଲାଦିନ ଏସ.ଏନ.ଡି.ଏଚ.ଏଚ. ନୂଆପଡା, ଗୈତମ ମେହେର ଏଲ.ଟି. ଖଡିଆଳ, ପିକେ ସାହୁ ଏଲ.ଟି. ଡି.ଏଚ.ଏଚ. ନୂଆପଡା, ଏଚ କେ ମାଝୀ ଏଟେଣ୍ଡର ରକ୍ତଭଣ୍ଡାର ନୂଆପଡା, ଆର ପ୍ରଧାନ ଡି.ଏଚ.ଏଚ. ଡ୍ରାଇଭର ନୂଆପଡା, ଡଃ. ଜୈତିରଞ୍ଜନ ସରଦାର ମେଡିକଳ ଅଫିସର ଖଡିଆଳ ପ୍ରମୁଖ ରକ୍ତସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *