ଗଜପତି

ରକ୍ତଦାତା ସଂଘ ପକ୍ଷରୁ ବାଇକ ଶୋଭାଯାତ୍ରା

ପାରଳାଖେମୁଣ୍ଡି, ୧୦ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଗଜପତି ରକ୍ତଦାତା ସଂଘ ଏକ ସଚେତନତା ଶୋଭାଯାତ୍ରା ସକାଳ ୮ଘ.ସମୟରେ ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାକୁ ଡା.ରାମ ଲକ୍ଷ୍ମୀ ଉଦ୍ଘାଟନ କରିବା ସହ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏହି ରକ୍ତଦାତା ସଂଘର ଆସନ୍ତା ଜୁନ ୨୦ତାରିଖରେ ତାର ଏକ ବର୍ଷ ପୁରୁଣ ଅବସରରେ ଏକ ବାର୍ଷିକ ଉତ୍ସବ ପାଳନ କରିବାକୁ କାର୍ଯ୍ୟକ୍ରମ ରହିଥିବା ଯୋଗୁ ସହରରେ ଏପରି ଏକ ସଚେତନତା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଂଘରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ନିଜର ନାମ ପଞ୍ଜିକୃତ କରିଥିବା ବେଳେ ଏକ ବର୍ଷ ମଧ୍ୟରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିପାରିଛନ୍ତି। ତେଣୁ ଏହି ସଚେତନତା ବାଇକ ଶୋଭାଯାତ୍ରାରେ ରକ୍ତଦାନ ମହତ ଦାନ ବୋଲି ସମସ୍ତଙ୍କୁ ସଚେତନ କରାଯିବା ସହ ଏଥିରେ ସମସ୍ତେ ଭାଗିଦାରି ହୁଅନ୍ତୁ ବୋଲି କୁହାଯାଇଥିଲା। ଏହି ଶୋଭାଯାତ୍ରାଟି ସହରର ହାଇସ୍କୁଲ ଛକ, ବଜାର ଛକ, ପୁରୁଣା ବସଷ୍ଟାଣ୍ଡ, ନୁଆବସଷ୍ଟାଣ୍ଡ, ଗାନ୍ଧୀ ଛକ ଏବଂ ଶେଷରେ ବଡଦାଣ୍ଡ ଠାରେ ପହଞ୍ଚିଥିଲା। ପ୍ରତି ଛକରେ ଶୋଭାଯାତ୍ରାକାରୀମାନେ ଏକ ସଚେତନତା ସଭା କରି ରକ୍ତଦାନର ମହତ ଉଦେଶ୍ୟ ଗୁଡିକ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ଏହାଦ୍ୱାରା ଗୋଟିଏ ଜୀବନ କିପରି ବଞ୍ଚିପାରେ ତାହା ମଧ୍ୟ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଅନ୍ୟପକ୍ଷରେ ସଂଘର ସଭାପତି ଗଜପତିର ସମସ୍ତ ଜନସାଧାରଣମାନଙ୍କୁ ସ୍ୱାଗତ କରି ରକ୍ତଦାନ କରିବା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ହେବା ସଙ୍ଗେ ସଙ୍ଗେ ଶରୀର ମଧ୍ୟ ସୁସ୍ଥ ରୁହେ ବୋଲି କହିଥିଲେ। ଏହିପରି ଏକ ସ୍ୱେଚ୍ଛାକୃତ ସଂଘରେ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ ବୋଲି କୁହାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭି.ଲୋକନାଥ ରାଜୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top