ରଂଙ୍ଗାରଂଙ୍ଗ କଲଚାରଲ ଏକାଡେମୀର ସାମ୍ବାଦିକ ସମ୍ମଳନୀ

ପୁରୀ, ୨୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରଂଙ୍ଗାରଙ୍ଗ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଡଃ ମୈାସୁମୀ ମଂଜରୀ ମିଶନଙ୍କ ସ୍ମୃତିରେ ଆଗାମୀ ୩ ତାରିଖରେ ଆୟୋଜିତ ହେବ ବାର୍ଷିକ ପ୍ରତିଭା ଅନ୍ୱେଷଣ ୨୦୧୮ କାର୍ଯ୍ୟକ୍ରମ। ପୌରସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀକ୍ଷେତ୍ର ସୁପର ଡ୍ୟାନସର ପ୍ରତିଯୋଗିତା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଅନୁଷ୍ଠାନ ସଂପାଦକ ସନ୍ତୋଷ ବାରିକ, ରଚିତା ରାଉତରାୟ, ରାମଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ଶୁକ୍ଲା ପ୍ରମୁଖ ସମ୍ମୀଳନୀରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଲେ ଯେ ଏହି ପ୍ରତିଯୋଗିତା ଓଡିଶୀ ସେମି କ୍ଲାସିକାଲ ଓ ଆଧୁନିକ ବିଭାଗରେ ଅନୁଷ୍ଠିତ ହେବ। ଏହା ସହିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯିବ ଉଭୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତଯୋଗିତା ୪ ର୍ଥରୁ ୭ ମ ଜୁନିୟର ଓ ଅଷ୍ଟମରୁ ଦଶମ ସିନିୟର ବିଭାଗରେ ଆୟୋଜନ କରାଯିବ। ଏତତବ୍ୟତୀତ କୋମଳମତି ଶିଶୁମାନଙ୍କ ମଧ୍ୟରେ ରାଇମସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଅବସରରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ମୈାସୁମୀ ମଂଜରି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ।

Leave a Reply

Your email address will not be published. Required fields are marked *