ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ; ସ୍ୱାମୀ ଗିରଫ

ହିଞ୍ଜିଳିକାଟୁ ୮-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଞ୍ଜାମ ପୋଲିସ୍ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିଥାନା ଅଞ୍ଚଳର ଅନ୍ତରିଗାଁରେ ଜଣେ ବୋହୁକୁ ତାର ସ୍ୱାମୀ, ଶାଶୁ, ଶଶୁର ଓ ମାଉସୀ ଶାଶୁ ମିଳିତ ଭାବେ ଯୌତୁକ ଯନ୍ତ୍ରଣା, ଶାରୀରିକ ନିର୍ଯ୍ୟାତନା ଓ ହତ୍ୟା ଧମକ ଦେବା ଅଭିଯୋଗରେ ହିଞ୍ଜିଳି ପୋଲିସ୍ ସ୍ଵାମୀ ଟୁଟୁ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ ହିଞ୍ଜିଳିଥାନା ଅନ୍ତରିଗାଁର ଲଷ୍ମୀ ସ୍ୱାଇଁଙ୍କ ସହ ସେହି ଗାଁର ରାମ ସ୍ୱାଇଁ ଓ ସଜନୀ ସ୍ୱାଇଁଙ୍କ ପୁତ୍ର ଟୁଟୁ ସ୍ୱାଇଁଙ୍କ ସହ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଝିଅ ପରିବାର ପକ୍ଷରୁ ୮୦ହଜାର ଟଙ୍କା ସହ ସୁନା, ରୂପା ଓ ଆସବାବ ପତ୍ର ଯୌତୁକ ଆକାରରେ ପୁଅ ପରିବାରଙ୍କୁ ଦିଆଯାଇଥିଲା। ପୁଣି ଆଉ ଏକ ଲକ୍ଷ ଟଙ୍କା ଅଧିକ ଯୌତୁକ ଆଣିବା ନିମନ୍ତେ ତିନି ସନ୍ତାନର ମା ଥିବା ଲଷ୍ମୀଙ୍କୁ ଶାଶୁ ଘର ପକ୍ଷରୁ ଗତ ୪ ତାରିଖରେ ସ୍ୱାମୀ, ଶାଶୁର ମାର ପିଟା କରିବା ସହ ମାଉସୀ ଶାଶୁ ଗଣ୍ଡଗୋଳ କରିଥିବା ବେଳେ ଶାଶୁ ସଜନୀ ଗାଳି କରିବା ସହ କାତିରେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଲଷ୍ମୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ। ହିଞ୍ଜିଳି ପୋଲିସ୍ ଘଟଣାର ତଦନ୍ତ କରି ଶୁକ୍ରବାର ସ୍ୱାମୀ ଟୁଟୁକୁ ଗିରଫ କରିଛି। ହିଞ୍ଜିଳିଥାନା କେଶ ନଂ229/18ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥିବା ଥାନାଧିକାରୀଙ୍କ ଠାରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *