ଯୌତୁକ ଜନିତ ହତ୍ୟା ମାମଲା ଅଭିଯୁକ୍ତ ସ୍ୱାମୀକୁ ସାତ ବର୍ଷ କାରାଦଣ୍ଡାଦେଶ, ଶାଶୁ ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ, ୧୮ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ଏକ ଯୌତୁକ ଜନିତ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ୭ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦୦୦ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଅଭିଯୁକ୍ତ ଶାଶୁକୁ ନିଦେ୍ର୍ଦାଷର ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ସୋନପୁର ଜିଲାର ତରଭା ଥାନାର ନାରଦା ଗା୍ରମର ରଥି ବାରିକଙ୍କ ଝିଅ ବନିତା ବାରିକ (୨୦) କୁ ବୌଦ୍ଧ ଜିଲାର ପୁରୁଣାକଟକ ଥାନାର କରଞକଟା ଗା୍ରମର ସଦାନନ୍ଦ ବାରିକଙ୍କ ବଡ ପୁଅ ସରୋଜ ବାରିକ (୨୬)ଙ୍କ ସହ ଗତ ୧୦.୩.୧୬ ରିଖରେ ଜାତି,କୁଳାଚାର ଅନୁଯାୟୀ ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ସ୍ୱାମୀ ସରୋଜ ଓ ଶାଶୁ ସୌଦାମିନି ବାରିକ ଅଧିକ ଯୌତୁକ ଟଙ୍କା ଓ ସୁନା ଆଣିବାକୁ ଦାବୀ କରିବା ସହ ଝିଅକୁ ମାନସିକ ଓ ଶାରିରିକ ଅତ୍ୟାଚାର କରୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ କୁଆଡେ ଫୋନରେ ଝିଅ ବନିତା କହିଥିବା ମଧ୍ୟ ଅଭିଯୋଗ ହୋଇଛି । ଗତ ୨୫.୮.୧୬ରେ ସ୍ୱାମୀ ସରୋଜ ଫୋନ ଯୋଗେ କହିଥିଲା ତମ ଝିଅ ପୋଡି ହୋଇଯାଇଛି ତାକୁ ଚିକିସôା ପାଇଁ ପୁରୁୂଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବନିତାର ବାପା ରଥି ଓ ସଂର୍ପକୀୟ ମାନେ ପୁରୁଣାକଟକ ମେଡିକାଲକୁ ଯାଇ ଦେଖିବା ପରେ ଝିଅର ଅଧିକାଂଶ ପୋଡି ଯାଇ ମୃତ୍ୟୁ ହୋଇଛି । ଝି÷ଅକୁ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ପୋଡି ମାରିଥିବା ନେଇ ବାପା ରଥି ବାରିକ ଗତ ୨୫.୮.୧୬ରେ ଏକ ଏତେଲା ଦେଇଥିଲା । ଏତେଲାକୁ ଭିତ୍ତି କରି ବୌଦ୍ଧ ପୋଲିସ ଥାନା କେସ ନଂ ୮୩/୧୬ରେ ମାମଲା କରି ବନିତାର ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ବୌଦ୍ଧ ପଠାଇଥିଲା । ଅଭିଯୁକ୍ତ ସ୍ୱାମୀ ସରୋଜକୁ ଗତ ୨୬.୮.୧୬ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶାଶୁ ସୌଦାମିନି ବାରିକ ଫେରାର ହୋଇଯାଇଥିଲା । ପୋଲିସ ଦୀର୍ଘଦିନ ପରେ ଶାଶୁ ସୌଦାମିନି ବାରିକ ଗିରଫ କରିବାରେ ସଫଳ ହୋଇଥିଲା । ପୋଲିସ ସମସ୍ତ ତଦନ୍ତ ସାରି ମାମଲାର ବିଚାର ପାଇଁ କୋର୍ଟକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାଟି ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ସ୍ୱାମୀ ସରୋଜଙ୍କ ପାଇଁ କେସ ନଂ ଏସଟି ୧୧/୧୬(ଟି) ଓ ଶାଶୁ ସୌଦାମିନିଙ୍କ ପାଇଁ ଏସଟି କେସନଂ ୧୩/୧୭ ହୋଇ ଉଭୟ ମାମଲା ଏକକାଳିନ ବିଚାର ହୋଇଥିଲା । ସରାକରଙ୍କ ପକ୍ଷରୁ ଦିଆଯାଇଥିବା ୨୫ ଜଣ ସାକ୍ଷୀ ଓ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଜଣେ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ପ୍ରମାଣ ଥିବା ନେଇ ଅଭିଯୁକ୍ତ ସ୍ୱାମୀ ସରୋଜ ବାରିକଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଥିବା ବେଳେ ପ୍ରମାଣ ଅଭାବରୁ ଶାଶୁ ସୌଦାମିନି ବାରିକଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ପିପି ଧୁରୀଣ ଦେହୁରୀ ଓ ସ୍ପେଶାଲ ପିପି ଦେବରଂଜନ ମହାକୁଳ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *