ଅପରାଧ

ଯୌତୁକ ଜନିତ ବଧୁ ହତ୍ୟା ମାମଲା ସ୍ୱାମୀ,ଶାଶୁ ଓ ଶଶୁର ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ,୦୯ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଅତିରିକ୍ତ ଜିଲାଦୌରାଜଜ ରୁପଶ୍ରୀ ଚୌଧୁରୀ ଏକ ଯୌତୁକ ଜନିତ ବଧୁ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀ,ଶାଶୁ ଓ ଶଶୁରଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଅନୁଗୋଳ ଜିଲା ଜରପଡା ଗା୍ରମର ଦୁଆରି ବେହେରାଙ୍କ ଝିଅ ମିତା ବେହେରାକୁ ବୌଦ୍ଧ ଜିଲା ବୌଦ୍ଧ ଥାନାର ଲକ୍ଷ୍ମୀପଦର ଗା୍ରମର ରାଜେନ୍ଦ୍ର ବେହେରାଙ୍କ ପୁଅ ଅକ୍ଷୟ ବେହରାଙ୍କୁ ଜାତି କୁଳାଚାର ମତେ ୨୦୧୪ ମସିହାରେ ବିବାହ କରିଥିଲା । ବିବାହର ୩ ମାସ ପରେ ଝିଅର ଶଶୁର ଘର ପରିବାର ପକ୍ଷରୁ ଅଧିକ ଯୌତୁକ ପାଇଁ ବହୁକୁ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ୩.୨.୧୬ ତାରିରେ ଝିଅ ମିତା ବେହେରାର ମୃତ୍ୟୁ ଖବର ପାଇ ବାପା ଓ ଅନ୍ୟ ମାନେ ଆସି ଦେଖିବା ପରେ ତାର ମୃତ୍ୟୁରେ ସନେ୍ଧହ ହେବାରୁ ତାକୁ ଯୌତୁକ ପାଇଁ ମାରିଥିବା ନେଇ ଗତ ୪.୨.୧୬ରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବୌଦ୍ଧ ପୋଲିସ ଥାନା କେସ ନଂ ୩୩/୧୬ରେ ମାମଲା କରି ମିତାର ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଅକ୍ଷୟ ବେହେରା (୨୫), ଶଶୁର ରାଜେନ୍ଦ୍ର ବେହେରା (୫୦) ଓ ଶାଶୁ ରଜନୀ ବେହେରା(୪୫)କୁ ଗତ ୫.୨.୧୬ରେ ଗିରଫ କରି ବିଚାର ପାଇଁ କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାଟି ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ କେସ ନଂ ଏସଟି ୬୪/୧୬ ହୋଇ ବିଚାର ହୋଇଥିଲା । ସରାକରଙ୍କ ପକ୍ଷରୁ ଦିଆଯାଇଥିବା ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ସ୍ୱାମୀ,ଶଶୁର ଓ ଶାଶୁଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ସମସ୍ତ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ବିବେକାନନ୍ଦ ଦେହୁରୀ ମାମଲା ପରିଚାଳନା କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top