ଓଡ଼ିଶା

ଯୋଡା ହୁଡିସାହିକୁ ରାସ୍ତା ନାହିଁ କି ପ୍ରଶାସନର ନିଘା ନାହିଁ

ଯୋଡା – ୦୭/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାପାଳିକା ଆନ୍ତର୍ଗତ ୱାର୍ଡ ନଂ-୩ରେ ଅବସ୍ଥିତ ହୁଡିସାହିକୁ ରାସ୍ତାଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପରିଲକ୍ଷିତ କରାଯାଇଛି । ହୁଡିସାହିକୁ ସେଣ୍ଟ ଟେରେସା ସ୍କୁଲ ନିକଟ ଦେଇ ଯାଇଥିବା ରାସ୍ତାଟି ପୂତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବେଳେ ଏହାର ସଂଯୋଗ ସ୍ଥଳରେ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜମି ଥିବାରୁ ଏହା ଦୀର୍ଘ ବର୍ଷ ହେବ ମରାମତି କରାଯାଇପାରିନାହିଁ । ବସ୍ତିକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାଟି ବହୁ ବର୍ଷ ପୂର୍ବେ ତିଆରି ହୋଇଥିବା ବେଳେ ଏବେ ସମ୍ପୃକ୍ତ ଜମି ମାଲିକଙ୍କର ପରିବାର ରାସ୍ତା ଉପରେ ମାଟି ମୁଠାଇ ପକେଇଦେବାକୁ ମଧ୍ୟ ନାରାଜ । ଏହି ବସ୍ତିଟିରେ ପ୍ରାୟ ୩ ହଜାର ଲୋକ ବସବାସ କରୁଥିବା ବେଳେ ମରାମତି ଅଭାବରୁ ରାସ୍ତାଟିରେ ବଡବଡ ଗର୍ତ୍ତମାନ ସୃଷ୍ଟି ହୋଇ ଗାଡି ମୋଟର ଯାତାୟତ ତ ଦୂରର କଥା ପାଦ ଚଲା ପଥିକଙ୍କ ପାଇଁ ମଧ୍ୟ ମରଣଯନ୍ତା ପାଲଟିଛି । ଟିକିଏ ବର୍ଷାରେ ରାସ୍ତାର ସଂଯୋଗ ସ୍ଥଳରେ ଛାତିଏ ଉଚ୍ଚର ପାଣି ଜମି ସହର ଠାରୁ ଏହି ବସ୍ତିକୁ ବିଚ୍ଛିନ୍ନ କରିଦେଇଥାଏ । ଏହି ସମସ୍ୟା ଦିନକର ନୁହେଁ ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ଏହାର ସମାଧାନ ନିମନ୍ତେ ନିଘାନଥିବା ଜନସାଧାରଣ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ୱାର୍ଡର କାଉନସିଲର ତଥା ବିଜେଡି ନଗର ସଭାପତି ଜିତେନ୍ଦ୍ର ଜୟସ୍ୱାଲ ଏଥିପ୍ରତି ଧ୍ୟାନ ଦେଉନଥିବା ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ତେବେ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରାନଗଲେ ଏହା ଯେ ଏକ ଆନେ୍ଦାଳନର ରୂପ ନନେବ, ଏହାକୁ ଏଡାଇଦିଆଯାଇନପାରେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top