ଯୋଡା – ୧୮/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶନିବାର ପୂର୍ବାହ୍ନରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଯୋଡା ପୌରପାଳିକା ଅନ୍ତର୍ଗତ ଟାଟା ଡିଏଭି ସ୍କୁଲ ପରିସରରେ ଫଳ ଧରୁଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଏଭି ପରିସରରେ ପଣସ, ଜାମୁ, ପିଜୁଳି, ଆମ୍ବ ଭଳି ଫଳ ଧରୁଥିବା ଗଛ ଚାରା ରୋପଣ କରାଯାଇଥିଲା। ଏଥିରେ ଡିଏଭି ସ୍କୁଲର ଅଧ୍ୟକ୍ଷ ତଥା ରୋଟାରୀଆନ ସାଇ ସିବା ଏବଂ ସ୍କୁଲ ପିଲାମାନେ ସହଯୋଗ କରିଥିଲେ। ସେହିପରି ସନ୍ଧ୍ୟା ସମୟରେ ରୋଟାରୀ କ୍ଲବ ଏବଂ ଶାସ୍ତ୍ରୀନଗର ଯୁବକ ସଂଘର ମିଳିତ ସହଯୋଗରେ ଶାସ୍ତ୍ରୀନଗର ଠାରେ ମସା ଧୁଆଁ ଦିଆଯିବା ସହିତ ଡେଙ୍ଗୁ, ମ୍ୟାଲେରିଆ ସଂକ୍ରାନ୍ତିଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ପୌରାଧ୍ୟକ୍ଷା ମଞ୍ଜୁଳା ପାତ୍ର, ଉପାଧ୍ୟକ୍ଷ ସୁରେନ୍ଦ୍ରନାଥ ଜେନା, ୨ନଂ ୱାର୍ଡ କାଉନସିଲର ଶ୍ରୀକାନ୍ତ ସାମନ୍ତ, ରୋଟାରୀ କ୍ଲବ ସଭାପତି ରୋଟାରୀଆନ ମୋହିନି ରଞ୍ଜନ ରଥ, ସମ୍ପାଦକ ରୋଟାରୀଆନ ସିଦ୍ଧାର୍ଥ ସାରଥି କର, ରୋଟାରୀଆନ ବି.ଡି. ସାହୁ, ରୋଟାରୀଆନ ଡଃ ମାଧବ ଚନ୍ଦ୍ର ମିଶ୍ର, ରୋଟାରୀଆନ ସର୍ବେଶ୍ୱର ନାୟକ, ରୋଟାରୀଆନ ସାରଦ ପ୍ରସାଦ ଆଚାର୍ଯ୍ୟ, ରୋଟାରୀଆନ ପ୍ରକାଶ କୁମାର ମହାନ୍ତି, ରୋଟାରୀଆନ ଜିତେନ୍ଦ୍ର ବୈଦ, ରୋଟାରୀଆନ ସ୍ୱରୂପ ପଣ୍ଡା, ରୋଟାରୀଆନ ବିକାଶ ମହାନ୍ତି, ରୋଟାରୀଆନ ଧ୍ରୁପ ଚରଣ ରଥ ଓ ଶାସ୍ତ୍ରୀ ନଗର କ୍ଲବର ରାଜେନ୍ଦ୍ର ସାହୁ, ସାତକି ବେହେରା, ଶିବୁ ପଣ୍ଡା, ଦୟାନିଧି ପାତ୍ର, ଋପୁ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
