ଓଡ଼ିଶା

ଯୋଡା ରୋଟାରୀ କ୍ଲବର ୧୪ତମ ଅଧିଷ୍ଠାନ ଦିବସ ପାଳିତ

ଯୋଡା – ୦୨/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବୁଧବାର ସନ୍ଧ୍ୟାରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଅଧିଷ୍ଠାନ ଦିବସ ମହା ଆଡମ୍ବର ସହାକାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀଆନ ଦେବାଶିଷ ମିଶ୍ର (ଡି.ଜି.ଇ.) ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରୋଟାରୀଆନ ବସନ୍ତ କୁମାର ପୃଷ୍ଟି (ଏ.ଜି.), ଟାଟା ଷ୍ଟିଲ ଯୋଡା ମୁଖ୍ୟ ଶିରିଶ ଶେଖର ଯୋଗଦେଇଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରୋଟାରୀ ଇଣ୍ଟରନ୍ୟାସନାଲ ବିଶ୍ୱର ସର୍ବବୃହତ ସାମାଜିକ ସଂଗଠନ ଭାବେ ଆଜି ଗୌରବ ଅର୍ଜନ କରିପାରିଛି । ୨ ଶହରୁ ଉର୍ଦ୍ଧ୍ୱ ଦେଶ, ୩୪ ହଜାର ୨୮୨ କ୍ଲବ ଏବଂ ୧.୨ ନିୟୁତ ସଦସ୍ୟକୁ ନେଇ ରୋଟାରୀ ସମଗ୍ର ବିଶ୍ୱ ବାସୀଙ୍କ ସାମାଜିକ କ୍ଷେତ୍ରରେ ଆସ୍ଥାଭାଜନ ହୋଇପାରିଛି । ଅନ୍ୟକୁ ସାହାଯ୍ୟ କରିବା ପ୍ରତ୍ୟେକ ସଚେତନ ବ୍ୟକ୍ତିର କର୍ତ୍ତବ୍ୟ । ରୋଟାରୀ କ୍ଲବ ସେମାନଙ୍କ ପାଇଁ ଏକ ଉପଯୁକ୍ତ ମାଧ୍ୟମ ବୋଲି ଅତିଥି ଭାବେ ମତବ୍ୟକ୍ତ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଯୋଡା ରୋଟାରୀ କ୍ଲବର ସଦସ୍ୟ ବରିଷ୍ଠ ରୋଟାରୀଆନ ବି.ଡି. ସାହୁ ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ । ରୋଟାରୀଆନ ତାରିଣୀ ପ୍ରସାଦ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୋଡା ରୋଟାରୀ କ୍ଲବର ସମ୍ପାଦକ ରୋଟାରୀଆନ ସର୍ବେଶ୍ୱର ନାୟକ ୨୦୧୭-୧୮ ଆର୍ଥôକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ରୋଟାରୀଆନ ସୂର୍ଯ୍ୟକାନ୍ତ ତ୍ରିପାଠୀ ନିଜର ବକ୍ତବ୍ୟରେ କହିଥିଲେ ଯେ, ରୋଟାରୀ କ୍ଲବ ଏକ ବିଶ୍ୱସ୍ଥରୀୟ ସ୍ୱ୍ଚେ୍ଛାସେବୀ ଅନୁଷ୍ଠାନ । ଯେଉଁମାନେ ବ୍ୟସ୍ତବହୁଳ ଜୀବନର କିଛି ବଳକା ସମୟ ମାନବ ସମାଜର କଲ୍ୟାଣରେ ବିନିଯୋଗ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ରୋଟାରୀ କ୍ଲବ ଏକ ବିଶାଳ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥାଏ । ଏହା ସାମାଜିକ ଦାୟିତ୍ୱ ଲିଭାଇବା ସହିତ ନିଜକୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ । ୨୦୧୮-୧୯ର ନୂତନ ସଭାପତି ଭାବେ ରୋଟାରିଆନ ମୋହିନି ରଞ୍ଜନ ରଥଙ୍କୁ କଲାର ବଦଳ କରି ରୋଟାରିଆନ ସୂର୍ଯ୍ୟକାନ୍ତ ତ୍ରିପାଠୀ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେହିପରି ସମ୍ପାଦକ ରୋଟାରିଆନ ସର୍ବେଶ୍ୱର ନାୟକ ରୋଟାରିଆନ ସିଦ୍ଧାର୍ଥ ସାରଥି କର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଉତ୍ସବ ପାଳନ ଅବସରରେ କୁନ୍ଦୁରୁନାଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ପୁସ୍ତକ ମେଳାର ଶୁଭ ଉଦ୍ଘାଟନ ରୋଟାରୀଆନ ଦେବାଶିଶ ମିଶ୍ର (ଡି.ଜି.ଇ.)ଙ୍କ ଦ୍ୱାରା କରାଯାଇଥିଲା । ପରେ ଯୋଡା ରୋଟାରୀ କ୍ଲବ ଦ୍ୱାରା ପୋଷ୍ୟ ଗ୍ରାମ୍ୟ ସର୍ଗିତଳିଆ ର ଗରିବ, ଆଦିବାସୀ ବସ୍ତିରେ ମଶାରି ବଣ୍ଟନ ଏବଂ ଡେଙ୍ଗୁ, ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ ଆଦିବାସୀମାନେ ଡି.ଜି.ଇ. ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ଯୋଡା ରୋଟାରୀ କ୍ଲବ ଚଳିତ ବର୍ଷ ନିମନ୍ତେ ଏକ ମେଗା ସ୍ୱାସ୍ଥ୍ୟ ଶିବିର, ସ୍କୁଲ ସ୍ଥରୀୟ ତର୍କ, ଚିତ୍ରାଙ୍କନ, କବିତା, ପ୍ରବନ୍ଧ ପ୍ରତିଯୋଗୀତା, ବୃକ୍ଷ ରୋପଣ, ପଲିଥିନ ବର୍ଜନ, ଡେଙ୍ଗୁ- ମ୍ୟାଲେରିଆ ସଚେତନତା ପ୍ରଭୁତି କାର୍ଯ୍ୟକ୍ରମ ହାତକୁ ନେବାକୁ ନୂତନ କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ । ଗତ ବର୍ଷ ଯୋଡା ରୋଟାରୀ କ୍ଲବ ତାର ଉକ୍ରର୍ଷତା ନିମନ୍ତେ ରାଜ୍ୟ ସ୍ଥରୀୟ ତିନୋଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ମଞ୍ଚ ଉପରେ ଏହି ତିନୋଟି ପୁରସ୍କାର ଡ.ଜି.ଇ.ଙ୍କ ଦ୍ୱାରା ଯୋଡା ରୋଟାରୀ କ୍ଲବକୁ ପ୍ରଦାନ କରାଯାଇଥିଲା । ସଭା ଶେଷରେ ପ୍ରତିଷ୍ଠାତା ସଦସ୍ୟ ରୋଟାରୀଆନ ଡଃ ମାଧବ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top