ଓଡ଼ିଶା

ଯୋଡା ବ୍ଲକର ୱାର୍ଡ ମେମ୍ବର ଉପନିର୍ବାଚନ ଫଳାଫଳ ଘୋଷିତ

ଯୋଡା- ତା ୦୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ କଣ୍ଡରା ପଞ୍ଚାତର ୧୧ ନଂ ୱାର୍ଡ ଓ ବଲାଣୀ ପଞ୍ଚାୟତର ୱାର୍ଡ ନଂ. ୧୩ ଓ ୧୪ର ୱାର୍ଡ ମେମ୍ବର ପଦବୀ ପାଇଁ ହୋଇଥିବା ନିର୍ବାଚନ ଫଳ ଆଜି ଘୋଷଣା କରାଯାଇଛି । କଣ୍ଡରା ଗ୍ରାମପଞ୍ଚାୟତର ୧୧ ନଂ ୱାର୍ଡରେ ଗୁରାନାଥ ମୁଣ୍ଡା ତାଙ୍କର ନିକଟତମ ପ୍ରତିଦ୍ୱନ୍ଧି ମାଙ୍ଗୁ ଚାତାରାଙ୍କୁ ୩୦ ଖଣ୍ଡ ଭୋଟ ବ୍ୟବଧାନ ହରାଇ ବିଜୟ ଲାଭ କରିଛନ୍ତି । ସେହିପରି ବଲାଣୀର ୧୩ ନଂ ୱାର୍ଡରେ ୪ ଜଣ ପ୍ରାର୍ଥô ପ୍ରତିଦ୍ୱନ୍ଧିତା କରୁଥିବା ବେଳେ ହରେକୃଷ୍ଣ ନାଏକ ୧୧ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଧି କୃଷ୍ଣଚନ୍ଦ୍ର ନାଏକଙ୍କୁ ପରାସ୍ଥ କରି ବିଜୟ ଲାଭ କରିଛନ୍ତି । ୧୪ ନଂ ୱାର୍ଡରେ ସାମୁ ମୁଣ୍ଡା ୩୯ ଭୋଟ ବ୍ୟବଧାନରେ ଜମୁନା ମୁଣ୍ଡାଙ୍କୁ ହରାଇ ବିଜୟ ଲାଭ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ତ୍ରିସ୍ଥରିୟ ନିର୍ବାଚନ ସମୟରେ ଏହି ୨ଟି ପଞ୍ଚାୟତ ୩ ଗୋଟି ୱାର୍ଡରେ କୌଣସି ପ୍ରାର୍ଥô ଛିଡା ହୋଇନଥିବାରୁ ଭୋଟ ହୋଇନଥିଲା । ଯାହା ଫଳରେ ଏହି ଉପନିର୍ବାଚନଟି ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top