ଓଡ଼ିଶା

ଯୋଡା : ବୃହସ୍ପତି କଲେଜ ବସ୍ ଜବତ

ଯୋଡା – ୨୯-୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସୋମବାର ଅପରାହ୍ନରେ ଯୋଡାସ୍ଥିତ ବୃହସ୍ପତି ବିଜ୍ଞାନ ମହାବିଦ୍ୟାଳୟର ବସ ନଂ. ଓଡି-୦୭ଏଚ୍-୭୩୦୬କୁ ବଡବିଲ ମୋଟର ଜାନ ନିରୀକ୍ଷକ ଜବତ କରିଥିବା ଜଣାପଡିଛି ନିରୀକ୍ଷକ ରାଜେଶ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ ଛାତ୍ର -ଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଏହି ବସ୍ଟିର ଫିଟନେସ ପ୍ରମାଣପତ୍ର ନଥିବା ସହ ଡ୍ରାଇଭର ଜିତେନ୍ଦ୍ର ମହାକୁଡ ସିଟ୍ ବେଲ୍ଟ ବ୍ୟବହାର କରିନଥିବା ଯୋଗୁଁ ବସଟିକୁ ଜବତ କରାଯାଇଥିଲା। ଡ୍ରାଇଭର ପ୍ରଦାନ କରିଥିବା ଲାଇସେନ୍ସର ଜେରକ୍ସ କପି ନକଲି ଥିବା ସନ୍ଦେହ କରାଯାଇଥିଲା। ଯୋଡାସ୍ଥିତ ଡିଏଭି ସ୍କୁଲ ଛକ ନିକଟରୁ ଜବତ କରାଯାଇଥିବା ଏହି ବସ୍ଟିରେ ଛାତ୍ର-ଛାତ୍ରୀମାନେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ପ୍ରଥମେ ନିଜ ନିଜ ଘରେ ଛାଡିବାର ବ୍ୟବସ୍ଥା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top