ad
ଓଡ଼ିଶା

ଯୋଡା ବିଡିଓଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାରେ ମାମଲା

ଯୋଡ଼ା -୧୧/୦୬/୨୦୧୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ର ବିଡିଓ ଶ୍ରୀ ଅରୁଣ କୁମାର ମଲ୍ଲିକଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ନେଇ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାର ଖବର ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ୧୦ଟି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଫେଡରେସନ୍ର ସଭାପତି ଓ ସମ୍ପାଦକ ପରିବର୍ତ୍ତନ କରି ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବିଡିଓ ଶ୍ରୀ ମଲ୍ଲିକଙ୍କୁ ଜଣାଇବାକୁ ଯାଇଥିଲେ। ଶ୍ରୀ ମଲ୍ଲିକ ସେମାନଙ୍କ କଥା ଶୁଣିବା ତ ଦୂରର କଥା, ସେମାନଙ୍କୁ ଅଶାଳୀନ ଭାଷାରେ ଗାଳି ଦେବା ସହ ଦୁର୍ବ୍ୟବହାର କରି ସେଠାରୁ ଫେରାଇ ଦେଇଥିଲେ ଏବଂ ଏଠାରୁ ଶିଘ୍ର ବାହାରି ଯାଅ, ନଚେତ୍ ଧକ୍କା ମାରି ବାହାର କରିଦେବାକୁ ଧମକ ଦେଥିଲେ। ଏଥିରେ ମା’ ସନ୍ତୋଷୀ, ଜୟ ମା’ ହିଙ୍ଗୁଳାଇ, ମା’ ମଙ୍ଗଳା, ମା’ ପୂର୍ଣ୍ଣବାସୀ, ମା’ ଅମ୍ବିକା ଓ ଶିବଶଙ୍କର, ମା’ବିରଜା, ମା’ ବୈଷ୍ଣୋ ଦେବୀ, ମା’ ସନ୍ତୋଷୀ (ଏ) ଓ ମା’ ସନ୍ତୋଷୀ (ବି)ର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଅପମାନିତ ହୋଇ ଯୋଡ଼ା ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏହି ଏତଲାରେ ମୀନା ଓରାମ, ସବିତା ମହାକୁଡ଼, ସନ୍ତୋଷୀ ମହାକୁଡ଼, ବୈଦେହି ଦଳବେହେରା, ସୁବାସିନୀ ମହାକୁଡ଼, ରୁକ୍ମିଣୀ ପାତ୍ର ପ୍ରମୁଖ ସଦସ୍ୟାଙ୍କ ନାମ ଉଲ୍ଲେଖ କରାଯାଇଛି। ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏତାଦୃଶ ବ୍ୟବହାରରେ ସେମାନେ ଅତ୍ୟନ୍ତ ମର୍ମାହତ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତେବେ ଘଟଣାଟିକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବିଡିଓଙ୍କୁ ପଚାରିବାରୁ ସେ ସେପରି କୌଣସି ଅଘଟଣ ଘଟିନଥିବା ଗଣମାଧ୍ୟମକୁ କହିଛନ୍ତି। ଯୋଡ଼ା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ପଚାରିବାରୁ ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ଅଭିଯୋଗକାରୀମାନଙ୍କୁ ସେ ପରାମର୍ଶ ଦେଇଥିବା କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top