ଯୋଡା ପ୍ରେସ କ୍ଲବର ସାଧାରଣ ବୈଠକ,  ଗଣମାଧ୍ୟମକୁ ଏକ ଆନ୍ଦୋଳନ ପରିଣତ କରିବାକୁ ଆହ୍ୱାନ

ଯୋଡା- ତା ୦୬/୪ : (ଓଡିଆ ପୁଏ /ସେକ୍ ଜାବିର ମହମ୍ମଦ ) ଐକ୍ୟବଦ୍ଧ ଭାବେ ଗଣମାଧ୍ୟମକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ବରିଷ୍ଠ ସାମ୍ବାଦିକମାନେ ଶୁକ୍ରବାର ରାତ୍ରି ୮ ଘଟିକା ସମୟରେ ହୋଟେଲ ଲାଓ ପ୍ୟାଲେସ, ଯୋଡା ଠାରେ ଆୟୋଜିତ ଏକ ସାଧାରଣରେ ବୈଠକରେ ଆହ୍ୱାନ ଦେଇଥିଲେ । ନିଚ୍ଛକ ସତ୍ୟ ଖବର ପରିବେଷଣ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରୋଶର ଶୀକାର ହେବାକୁ ପଡିଥାଏ । ତେଣୁ ଐକ୍ୟବଦ୍ଧ ଭାବେ କାର୍ଯ୍ୟକଲେ ଜଣେ ସାମ୍ବାଦିକ ସୁରକ୍ଷିତ ରହିବା ସହ ଗଣମାଧ୍ୟମର ପ୍ରତିଷ୍ଠା ବୃଦ୍ଧି ପାଇଥାଏ ଏହା ସହିତ ଖବର ପରିବେଷଣର ମାନ ଉଚ୍ଚ କୋଟିର ହୋଇଥାଏ ବୋଲି ବୈଠକରେ ବରିଷ୍ଠ ସାମ୍ବାଦିକମାନେ ମତପୋଷଣ କରିଥିଲେ । ସାମ୍ବାଦିକ ପ୍ରମୋଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯୋଡା ଗ୍ରାମାଞ୍ଚଳର ଏବଂ ପୌରାଞ୍ଚଳର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଶିରିଶ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ନାୟକ, ପ୍ରକାଶ ମହାନ୍ତି, ସୁନିଲ ବାଷୋତିଆ, ସଞ୍ଜିବ ପଲେଇ, ସୁନିଲ ସାମଲ, ସାରଦା ପ୍ରସାଦ ଆଚାର୍ଯ୍ୟ, ଦୁର୍ଗା ପ୍ରସାଦ ମହାନ୍ତି, ଆନନ୍ଦ ହୁରାଦ, ଗଣେଷ ସାହୁ, ମନୋରଞ୍ଜନ ଲେଙ୍କା, ସାମିର କୁମାର ଦାସ, ସତ୍ୟଜିତ୍ ଦାସ, ମନୋଜ ସାହୁ, ରନôାକର ମହାପାତ୍ର, ଦେବିଦାଶ ସାହୁ, ବିନୟ ସାହୁ, ସୁଭେନ୍ଦୁ କୁମାର ମିଶ୍ର, ବେବି ତବସୁମ, ସନତ କୁମାର ଚାଟାର୍ଜି, ସେକ୍ ଜାବିର ମହମ୍ମଦ, ରାଜିବ ସାହା ପ୍ରମୁଖ ଯୋଗଦେଇ ସମ୍ବାଦ ସଂଗ୍ରହ ସମୟରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *