ଯୋଡା ତା୨୧.୩- (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) ବୁଧବାର ପୁର୍ବାହ୍ନରେ ଯୋଡା ପୌର କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉକରି ଲାଞ୍ଚ ନେଉଥିବା ସମୟରେ ଆକାଉଟାଣ୍ଟ ବିଜୟ କୁମାର ରଣାଙ୍କୁ ଗିରଫକରିଥିବା ଜଣାପଡିଛି।
ସୂଚନାରୁ ପ୍ରକାଶ, ସରୋଜ କୁମାର ସାହୁ ନାମକ ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କୁ ଖୁଣ୍ଟ ନମ୍ବର କରିବା ବାବଦରେ ୪ଲକ୍ଷ ୫୦ହଜାର ଟଙ୍କାର ବିଲ ପାସ କରିବାକୁ ୪ଜହାର ୫ଶହ ଟଙ୍କା ଦାବି କରିଥିଲେ। ଏହି ଅର୍ଥ ନଦେଲେ ବିଲ ପାସ କରିବେନାହିଁବୋଲି କହିଥିଲେ। ଠିକାଦାର ଜଣଙ୍କ ଏହା ବାଲେଶ୍ୱର ଭିଜିଲାନ୍ସ ଏସ୍ ପିଙ୍କୁ ଜଣାଇବାପରେ ପୁର୍ବ ପ୍ରସ୍ତୁତି ମୁତାବକ ଠିକାଦାର ସାହୁ ଆକାଉଟାଣ୍ଟ ରଣାଙ୍କୁ ଏହି ଅର୍ଥ ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ତାଙ୍କ ବନେଇକଳାସ୍ଥିତ ଭଡାଘରେ ମଧ୍ୟ ଚଢାଉ କରାଯାଇଥିଲା। ତେବେ ମିଳିଥିବା ତଥ୍ୟକୁ ଅଧିକାରୀମାନେ ଗୋପନ ରଖିଥିଲେ। ପରେ ତାଙ୍କୁ ଗିରଫ କରାଯାଇ କେନ୍ଦୁଝର ନିଆଯାଇଥିବା ଜଣାପଡିଛି। ଏହି ବାଲେଶ୍ୱର ଓ କେନ୍ଦୁଝରର ଭିଜିଲାନ୍ସ କାର୍ଯୟାଳୟ ଏକ ୧୦ ଜଣିଆ ଟିମ ଏହି ଚଢାଉରେ ଭାଗନେଇଥିଲେ। ଏହାର ନେତୃତ୍ୱ ଡିଏସ୍ ପି ଦେବଦତ୍ତ ସେଠୀ, ଇନିସପେକ୍ଟର ହେମାମାଳିନୀ ନାଏକ ଓ ପିକେ ଆଚାର୍ଯ୍ୟ ପ୍ରମୁଖ ନେଇଥିବା ଜଣାପଡିଛି।
ମୁଖ୍ୟ ମନ୍ତ୍ରୀ ଲାଞ୍ଚ କାରବାରକୁ ବିରୋଧ ନିମନ୍ତେ ଆହ୍ୱାନ ଦେଉଥିବାବେଳେ ଯୋଡା ପୌରପାଳିକା କାର୍ଯ୍ୟାଳୟ ଦୁର୍ନିତିର ଗନ୍ତାଘର ପାଲଟିଛି। ଏହା ଏକ କ୍ଷୁଦ୍ର ଦୃଷ୍ଟାନ୍ତ ମାତ୍ର ବୋଲି ସାଧାରଣରେ ଚଚ୍ଚା ହେଉଛି।
