ଓଡ଼ିଶା

ଯୋଡା ପୌରପାଳିକା ପକ୍ଷରୁ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ

ଯୋଡା – ୨୯-୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ପକ୍ଷରୁ ସୋମବାର ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ପାଳନ କରାଯାଉଥିବା ଏହି ସପ୍ତାହର ପ୍ରଥମ ଦିନରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଯୋଡା ପୌରକର୍ମଚାରୀମାନେ ଜନସାଧାରଣଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ କୌଣସି ଉକ୍ରୋଚ ନନେବା ପାଇଁ ସମସ୍ତ କର୍ମଚାରୀମାନଙ୍କୁ ଶପତ ପାଠ କରାଇଥିଲେ। ଏହି ଶପତ ପାଠ ମଧ୍ୟରେ ନୈତିକ କାରବାରକୁ ପ୍ରତ୍ସାହିତ କରିବା ସଙ୍ଗେ ସଙ୍ଗେ ସଚୋଟତାର ପରମ୍ପରା ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା, କାହାରି ଠାରୁ ଲାଞ୍ଚ ନେବା ବା ଦେବା ଠାରୁ ନିବୃତ ରହିବା, ସ୍ୱଚ୍ଛତା ଭିତ୍ତିକ ନୈତିକ ପରି·ଳନା ଏବଂ ଦାୟିତ୍ୱବୋଧ ନିର୍ବାହ କରିବା, ପ୍ରଚଳିତ ଆଇନକୁ ସମ୍ମାନ ଜଣାଇ ଦାୟିତ୍ୱ ଭିତ୍ତିକ ଅନୁଶୀଳନ ପ୍ରତି ପ୍ରତିବଦ୍ଦ ରହିବା, କର୍ମଚାରୀଙ୍କ ଦାୟିତ୍ୱ ବୋଧ ପ୍ରତି ସଚେତନତା ସୃଷ୍ଟି କରିବା, ଅନୈତିକ କାର୍ଯ୍ୟର ଅଭିଯୋଗା ଆଣୁଥିବା ବ୍ୟକ୍ତିଙ୍କୁ ପ୍ରତ୍ସାହନ ଯେଗାଇବା ନିମନ୍ତେ ଶପତ ପାଠ କରିଥିଲେ। ଏଥିରେ ପୌରପାଳିକାର ସମସ୍ତ ସ୍ଥାୟୀ ଏବଂ ଠିକା କର୍ମଚାରୀ ଭାଗନେଇଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇ ୩ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top