ଓଡ଼ିଶା

ଯୋଡା ପୌରପାଳିକାର ଖାଲଖିଆଲିନୀତି ନେଲା ୪ ବର୍ଷ ଶିଶୁର ଜୀବନ

– ପୌରପାଳିକା ଦ୍ୱାରା ନିକଟରେ ପୋଖରୀଟିର ହୋଇଥିଲା ପୁନଃଉଦ୍ଧାର।
– ପୋଖରୀରି ·ରିପଟେ ନାହିଁ ସୁରକ୍ଷା ବଳୟ।
– ଗ୍ରାମବାସୀମାନେ ସୁରକ୍ଷା ବଳୟ ପାଇଁ କରିଥିଲେ ଦାବି।
– ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଆନ୍ଦୋଳନ କରାଯିବା ସହିତ କ୍ଷୟ କ୍ଷତି ପାଇଁ ପୌରପାଳିକା କୁ ଦାୟି କରାଯିବ ବୋଲି ଦିଆଯାଇଥିଲା ଚରମ ପତ୍ର।
– ଶିଶୁ ମୃତ୍ୟୁ ନେଇ ଗ୍ରାମରେ ଉତ୍ତେଜନା

ଯୋଡା. ୨୬/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ -୧୩ ଖୁଣ୍ଟପାଣୀ ଠାରେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ପୋଖରୀର ପୁନଃଉଦ୍ଧାର ଯୋଡା ପୌରପାଳିକା ଦ୍ୱାରା କିଛି ଦିନ ପୂର୍ବେ କରାଯାଇଥିଲା। ପୋଖରୀଟିରେ ବର୍ତ୍ତମାନ ୮ ଫୁଟ ଉଚ୍ଚର ବର୍ଷା ପାଣି ଜମି ରହିଥିବା ବେଳେ ଗୁରୁବାର ଦିନ ୧୨ଟା ବେଳେ ତିନି ଜଣ ଶିଶୁ ଖେଳୁଥିବା ସମୟରେ ଅବିନାଶ ମୁଣ୍ଡା (୫) ନାମକ ଜଣେ ଶିଶୁର ଗୋଡ ଖସି ଯିବାରୁ ପୋଖରୀରେ ବୁଡି ତାର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଖୁଣ୍ଟପାଣୀ ଏବଂ ବାଂଶପାଣୀ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଶିଶୁଟିର ଘର ବାଂଶପାଣୀ ଅଞ୍ଚଳରେ ହୋଇଥିବା ବେଳେ ତାର ବାପା ବିଜୟ ମୁଣ୍ଡା ଶିଶୁଟିର ମୃତ୍ୟୁ ପାଇଁ ପୌରପାଳିକାର ଖାମଖିଆଲ କାର୍ଯ୍ୟଶୈଳିକୁ ଦାୟି କରିଛନ୍ତି। ଗ୍ରାମବାସୀମାନେ ଶିଶୁଟିର ମୃତ୍ୟୁ ପାଇଁ ପୌରପାଳିକା ନିକଟରେ କ୍ଷତି ପୂରଣ ଦାବି କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପୋଖରୀରେ ପୌରପାଳିକା ଦ୍ୱାରା ପୁନଃଉଦ୍ଧାର ସମୟରେ ପୋଖରୀଟିର ଚତୁଃପାଶ୍ୱର୍ରେ ସୁରକ୍ଷା ବଳୟ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ। କିନ୍ତୁ ପୌରପାଳିକା ଏଥି ପ୍ରତି ଧ୍ୟାନ ନଦେଇ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ଏହାକୁ ସମ୍ପାଦନ କରିଥିଲା। ଏ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ସେମାନେ କୌଣସି କ୍ଷୟ କ୍ଷତି ହେଲେ ପୌରପାଳିକା ଏଥି ପାଇଁ ଦାୟି ରହିବ ବୋଲି ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିଲେ ମଧ୍ୟ ପୈାରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଥିଲା। ଏହି ପୋଖରୀ କୋମଳମତି ଶିଶୁ, ପଶୁ, ବୃଦ୍ଧ-ବୃଦ୍ଧାଙ୍କ ପାଇଁ ମରଣଯନ୍ତା ପାଲଟିଥିବା ବେଳେ ଅନେକ ଗାଇ-ଗୋରୁ ଏଥିରେ ପଡି ପ୍ରାଣ ହରାଇଥିବା ଦୃଷ୍ଟାନ୍ତ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top