ଯୋଡା ଟାଟା ଡିଏଭି ସ୍କୁଲକୁ ‘ଗ୍ରୀନ ସ୍କୁଲ ପ୍ରୋଜେକ୍ଟ’ ପୁରସ୍କାରରେ ସମ୍ମାନୀତ

ଯୋଡା- ତା ୦୮/୦୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡାସ୍ଥିତ ଟାଟା ଡିଏଭି ସ୍କୁଲ ‘ଗ୍ରୀନ ସ୍କୁଲ ପ୍ରୋଜେକ୍ଟ’ ନିମନ୍ତେ ଚମ୍ପିଆନସିପ୍ ଟ୍ରଫି ପାଇଥିବା ଜଣାପଡିଛି । ଗତ ୬ ତାରିଖ ଦିନ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଜାମସେଦପୁର ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ଟାଟା ଏନର୍ଜି ଏଣ୍ଡ ରିସୋର୍ସ ଇନ୍ଚିଚୁ୍ୟଟ (ଟେରୀ) ପକ୍ଷରୁ ଏହି ସମ୍ମାନଜନକ ଟ୍ରଫି ପ୍ରଦାନ କରାଯାଇଛି । ଟେରୀ ର ଡାଇରେକ୍ଟର ଡେନେରାଲ ଡଃ ଅଜୟ ମାଥୁରଙ୍କ ଠାରୁ ଟାଟା ଡିଏଭି ସ୍କୁଲର ଅଧ୍ୟକ୍ଷ ବି. ସାଇ ସିବା ଏବଂ ସହଯୋଗୀ ଇନ୍ଦ୍ରଜିତ ମହାପାତ୍ର ଏହି ଟ୍ରଫିଟି ଗ୍ରହଣ କରିଛନ୍ତି । ଟେରୀ ଦ୍ୱାରା ଓଡିଶା, ବିହାର ଏବଂ ଝାରଖଣ୍ଡର ୧୧ଟି ସ୍କୁଲ ବିଭିନ୍ନ ବସ୍ତି ଅଞ୍ଚଳରେ ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ସ୍କୁଲ ଛାତ୍ର-ଛାତ୍ରୀମାନଙ୍କୁ ନେଇ ଜନସଚେତନତା ସୃଷ୍ଟି କରି ଆସୁଥିଲେ । ଏକ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଯୋଡାସ୍ଥିତ ଟାଟା ଡିଏଭି ସ୍କୁଲ ଏହି କ୍ଷେତ୍ରରେ ପ୍ରଶଂସନୀୟ ଭୁମିକା ନିର୍ବାହ କରି ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ, ବିଭିନ୍ନ ସେମିନାର ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟିି କରି ସୁନାମ ଅର୍ଜନ କରିପାରିଥିବା ଯୋଗୁଁ ଏହି ଚମ୍ପିଆନସିପ୍ ଟ୍ରଫି ପାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *