ଓଡ଼ିଶା

ଯୋଡା ଓ ଚମ୍ପୁଆରେ ହାତୀ ପଲ ଆତଙ୍କ

ଯୋଡା- ତା ୨୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)ଗତକାଲି ରାତିରେ ମିରିଗିସିଙ୍ଗା ଠାରୁ ଏକ ୨୨ ଜଣିଆ ହାତୀ ପଲ ଦାମପୁରଠାରେ ପହଞ୍ଚି ସେଠାରେ ଏକ ଖରାଟିଆ ପନି ପରିବା ଚାଷ କରାଯାଇଥିବା ବିଲରେ ବ୍ୟାପକ ନଷ୍ଟ କରିବା ସହିତ ପନି ପରିବା ଖାଇଯାଇଥିଲେ। ପରେ କଣ୍ଡରା ବାଟ ଦେଇ ହାତୀ ପଲଟି ଗୋବିନ୍ଦପୁର ଆସିଥିଲେ। ଏହି ରାସ୍ତାରେ ମରସୁଆଁ ଠାରେ ହାତୀ ପଲ ଖରାଟିଆ ଧାନ ଚାଷ ବ୍ୟାପକ କ୍ଷୟ କ୍ଷତି କରିବା ସହିତ ଆଜି ସନ୍ଧ୍ୟା ସୁଦ୍ଧା ସେମାନେ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଚମକପୁର ଠାରେ ବୈତରଣୀ ନଦୀରେ ପାଣି ପିଇବାକୁ ପହଞ୍ଚିଛନ୍ତି। ଏ ନେଇ ଚମକପୁର ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଲାଇଟ, ବାଣର ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଶିଳ୍ପ ଏବଂ ଖଣି ଖନନ ଯୋଗୁଁ ବ୍ୟାପକ ଜଙ୍ଗଲ ଅବକ୍ଷୟ ଫଳରେ ଏହି ହାତୀ ପଲ ଦେହ ଲୁଚାଇବା ଏବଂ ଖାଦ୍ୟ ସଂଗ୍ରହ କରିବା ପାଇଁ ଇତସ୍ଥତ ହୋଇ ଘୁରିବୁଲୁଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ଯୋଡା ସ୍ଥିତ ଟାଟା କମ୍ପାନୀଙ୍କ ଡ୍ୟାମ ନିକଟସ୍ଥ ଝରଣ ଜଙ୍ଗଲରେ ଏହି ହାତୀ ପଲଙ୍କୁ ଦେଖିବାକୁ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top