ଓଡ଼ିଶା

ଯୋଡାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରା ସମ୍ପନ୍ନ

ଯୋଡା. ୧୪/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପରିପ୍ରେକ୍ଷୀରେ ପୂର୍ବ ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ରଥ ଯାତ୍ରା ସମ୍ପନ୍ନ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କୁ ପହଣ୍ଡି ବିଜେ ପରେ ରଥା ଋଢ କରାଯାଇ ଭକ୍ତମାନଙ୍କ ଗହଳରେ ପଶ୍ଚିମ ଯୋଡାସ୍ଥିତ ମାଉସୀ ମା ମନ୍ଦିରକୁ ଯଥା ରୀତି, ନୀତି ଅନୁଯାୟୀ ନିର୍ଘଣ୍ଟ ସମୟ ମଧ୍ୟରେ ନବ ଯାତ୍ରା ଆରମ୍ଭ କରାଯାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅପରାହ୍ନ ପ୍ରାୟ ସାଢେ ଚାରିିଟା ସମୟରେ ପୂର୍ବ ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ତିନି ଠାକୁର ମା ଠାକୁରାଣୀ ଅର୍ଣ୍ଣପୂର୍ଣ୍ଣାଙ୍କୁ ମନ୍ଦିରରେ ଛାଡି ମାଉସୀ ମା ମନ୍ଦିର ଅଭିମୂଖେ ବାହାରିଥିଲେ। ଶ୍ରୀ ଜଗନ୍ନାଥ ସେବା ସମିତି ଯୋଡା ସଭାପତି ଡକ୍ଟର ଏ.କେ. ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରଥ ଯାତ୍ରା ନିମନ୍ତେ ସୁମନ ଭଟ୍ଟାଚାର୍ଯ୍ୟ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତି ରଥାଋଢ ହୋଇ ସନ୍ଧ୍ୟା ସାଢେ ୬ଟା ସମୟରେ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲେ। ମାଉସୀ ମା ମନ୍ଦିରରେ ଆଜି ଠାରୁ ୯ ଦିନ ପାଇଁ ଶ୍ରୀ ଜୀଉ ମାନଙ୍କର ପୂଜା ଅର୍ଚ୍ଚନା ଯଥା ରିତି କରାଯିବାର ବ୍ୟବସ୍ଥା କରାଯାଇଛି। ଆଜି ଏହି ଘୋଷ ଯାତ୍ରୀ ଅବସରରେ ଝିପି ଝିପି ବର୍ଷା ଲାଗିରହିଥିଲେ ମଧ୍ୟ ଯୋଡା ତଥା ଯୋଡା ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ରଥ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଠାରେ ସୂଚନା ଯୋଗ୍ୟ, ୨ ଦଶନ୍ଧୀରୁ ଉର୍ଦ୍ଧ୍ୱ ଧରି ଶ୍ରୀ ଜୀଉ ମାନଙ୍କର ପୂଜା ଅର୍ଚ୍ଚନା ଏହି ମନ୍ଦିରରରେ ହୋଇଆସୁଥିବା ବେଳେ ରଥ ଯାତ୍ରା ପୂର୍ବରୁ ଦେବସ୍ନ୍ନାନ ପୂର୍ଣ୍ଣିମା, ଦେବ ଅନବସର, ନେତ୍ରୋତ୍ସବ, ନବଯୈାବନ ଦର୍ଶନ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ଦେବ କାର୍ଯ୍ୟ ପୂରୀ ଶ୍ରୀମନ୍ଦିର ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ। ଏ ନେଇ ସମଗ୍ର ଯୋଡା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top